ମନ୍ଥର ଗତିରେ ଚାଲିଛି କଟକ ବିଶ୍ୱନାଥ ପାଠାଗାର ନିର୍ମାଣ କାର୍ଯ୍ୟ, ଅବଧି ସରିଲାଣି, ସରିନି କାମ

Advertisment

କଟକ ବାଦାମବାଡି, ଅନୁଗୁଳ-ପୁରୀ ବସଷ୍ଟାଣ୍ଡ ଥିବା ଜାଗା। ଏହିଠାରେ ନିର୍ମାଣ ହେଉଛି ପଣ୍ଡିତ ବିଶ୍ବନାଥ ପାଠାଗାର ଓ ଗବେଷଣା କେନ୍ଦ୍ର । ୩ ଏକରରୁ ଅଧିକ ଜମି ଉପରେ ଛିଡ଼ା ହେବ ସୁଉଚ୍ଚ ଅଟ୍ଟାଳିକା। ୩୦ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ୪ ମହଲା ବିଶିଷ୍ଟ କୋଠା କାମ ଚାଲିଛି। ମହାନଗର ନିଗମ ପକ୍ଷରୁ ପୁଣି ୭ କୋଟି ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସମୟ ଅବଧି ସରିଥିଲେ ବି ଏ କୋଠାର ନିର୍ମାଣ କିନ୍ତୁ ସରିପାରୁନି।

a2

କନକ ବ୍ୟୁରୋ : ପିଲାଙ୍କ ପାଠପଢ଼ା ପାଇଁ ନିର୍ମାଣ ଚାଲିଛି ପାଠାଗାର। ମାତ୍ର ନିର୍ମାଣ କାମରେ ଅହେତୁକ ବିଳମ୍ବ ନେଇ ଆସିଛି ଅଭିଯୋଗ। ଅବଧି ସରିଲାଣି, କିନ୍ତୁ କାମ ସରିପାରୁନି। ନିର୍ମାଣାଧିନ ପଣ୍ଡିତ ବିଶ୍ବନାଥ ପାଠାଗାର ଓ ଗବେଷଣା କେନ୍ଦ୍ରର ଏ ଅବସ୍ଥା। 

 କଟକ ବାଦାମବାଡି, ଅନୁଗୁଳ-ପୁରୀ ବସଷ୍ଟାଣ୍ଡ ଥିବା ଜାଗା। ଏହିଠାରେ ନିର୍ମାଣ ହେଉଛି ପଣ୍ଡିତ ବିଶ୍ବନାଥ ପାଠାଗାର ଓ ଗବେଷଣା କେନ୍ଦ୍ର । ୩ ଏକରରୁ ଅଧିକ ଜମି ଉପରେ ଛିଡ଼ା ହେବ ସୁଉଚ୍ଚ ଅଟ୍ଟାଳିକା। ୩୦ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ୪ ମହଲା ବିଶିଷ୍ଟ କୋଠା କାମ ଚାଲିଛି। ମହାନଗର ନିଗମ ପକ୍ଷରୁ ପୁଣି ୭ କୋଟି ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସମୟ ଅବଧି ସରିଥିଲେ ବି ଏ କୋଠାର ନିର୍ମାଣ କିନ୍ତୁ ସରିପାରୁନି।

ଅଧିକ ପଢ଼ନ୍ତୁ : ଦୀର୍ଘ ୨୫ ବର୍ଷ ପରେ ଖୋଲିଲା ରାଧାନାଥ ପାଠାଗାର । ଗଞ୍ଜାମ ଜିଲ୍ଲା ପଦ୍ମନାଭପୁର ଗ୍ରାମରେ ୨୫ ବର୍ଷ ହେବ ବନ୍ଦ ଥିଲା ଏହି ପାଠାଗାର

 ବଡ଼ କଥା ହେଉଛି ବର୍ତ୍ତମାନ କଟକ ସହରରେ ପିଲାଙ୍କ ପଢ଼ିବା ପାଇଁ ଭଲ ପାଠାଗାରଟିଏ ନାହିଁ। ନେତାଜୀ ବସ୍ ଟର୍ମିନାଲ୍ ଉପରେ ଏକ ଅସ୍ଥାୟୀ ପାଠାଗାର ଚାଲିଛି। ତେଣୁ ଏ ପାଠାଗାରର ନିର୍ମାଣ କାର୍ଯ୍ୟ  ଯେତେ ଶୀଘ୍ର ସରିବ, ସେତେ ଶୀଘ୍ର ପିଲାଙ୍କ ପାଠପଢ଼ା ପାଇଁ ସୁବିଧା ହେବ। କଟକ ମେୟର କହିଛନ୍ତି, ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା କାମ ସରିବ।  ଏହା ଓଡ଼ିଶାର ସର୍ବବୃହତ ପାଠାଗାର ବୋଲି ଦାବି କରାଯାଉଛି। ପାଠାଗାରରେ ଏକକାଳୀନ ୧୫ ଶହରୁ ଅଧିକ ବିଦ୍ୟାର୍ଥୀ ବସି ପଢ଼ିବାର ସୁଯୋଗ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe