ୟୁରିଆ ସାର ପାଇଁ ରାତି ଅନିଦ୍ରା : ମିଳୁନି ସାର ବିକ୍ଷୋଭରେ ଚାଷୀ

Advertisment

ୟୁରିଆ ସାର ପାଇଁ ରାତି ଅନିଦ୍ରା । ୪ ମାସ ଛୁଆକୁ ଧରି ରାତି ଅଧରେ ଲାଇନରେ ଲାଗିଛି ମାଆ। ସାରା ରାଜ୍ୟରେ ସାରର ଘୋର ଅଭାବ, କେଉଁଠି ୟୁରିଆ ସାର ପାଇଁ ରାସ୍ତା ରୋକ ହେଲାଣି ତ ଆଉ କେଉଁଠି ବିକ୍ଷୋଭ

ୟୁରିଆ ସାର ପାଇଁ ରାତି ଅନିଦ୍ରା । ୪ ମାସ ଛୁଆକୁ ଧରି ରାତି ଅଧରେ ଲାଇନରେ ଲାଗିଛି ମାଆ। ସାରା ରାଜ୍ୟରେ ସାରର ଘୋର ଅଭାବ, କେଉଁଠି ୟୁରିଆ ସାର ପାଇଁ ରାସ୍ତା ରୋକ ହେଲାଣି ତ ଆଉ କେଉଁଠି ବିକ୍ଷୋଭ

05

Photograph: (kanaknews)

କନକବ୍ୟୁରୋ : ୟୁରିଆ ସାର ପାଇଁ ରାତି ଅନିଦ୍ରା । ୪ ମାସ ଛୁଆକୁ ଧରି ରାତି ଅଧରେ ଲାଇନରେ ଲାଗିଛି ମାଆ। ସାରା ରାଜ୍ୟରେ ସାରର ଘୋର ଅଭାବ, କେଉଁଠି ୟୁରିଆ ସାର ପାଇଁ ରାସ୍ତା ରୋକ ହେଲାଣି ତ ଆଉ କେଉଁଠି ବିକ୍ଷୋଭ । ହେଲେ ଦୀର୍ଘ ୪ ଦିନ ଧରି ସୁନ୍ଦରଗଡ ଆରସିଏମଏସ ରେ ୟୁରିଆ ପାଇଁ ଧାଡି ଲାଗିଲା ପରେ ରାତି ଅନିଦ୍ରା ରହିଛନ୍ତି ଚାଷୀ। କେବଳ ପୁରଷ ଚାଷୀ ନୁହଁ ମହିଳା ଚାଷ ବି ରାତି ଅନିଦ୍ରା  ।

କାହା ହାତରେ ୪ ମାସର ଶିଶୁ ତ ଆଉ ବୁଢୀମା ବି ଦୀର୍ଘ ୨୪ ଘଣ୍ଟା ଲାଇନରେ ଲାଗିଲା ପରେ ବି ମିଲୁନି ୟୁରିଆ ସାର। ସାର ପାଇଁ ଟୋକନ ମିଳିଛି ହେଲେ ସାର ଦେବା ପାଇଁ ନାରାଜ ଆରସିଏମଏସ। ଦିନ ସାରା ଲାଇନ ଲାଗିବା ପରେ ବି ସାର ମିଳିଳା ନାହିଁ  ।  ଶେଷରେ ଚାଷୀ ବିକ୍ଷୋଭ କଲା ପରେ ସମବାୟ ସଂସ୍ଥା ଚାଷିଙ୍କୁ ଦେଖାଇଛି ପୋଲିସର ନାଲି ଆଖି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe