କନକ ବ୍ୟୁରୋ : ୟୁରିଆ ସାର ପାଇଁ ରାତି ଅନିଦ୍ରା । ୪ ମାସ ଛୁଆକୁ ଧରି ରାତି ଅଧରେ ଲାଇନରେ ଲାଗିଛି ମାଆ । ସାରା ରାଜ୍ୟରେ ସାରର ଘୋର ଅଭାବ, କେଉଁଠି ୟୁରିଆ ସାର ପାଇଁ ରାସ୍ତା ରୋକ ହେଲାଣି ତ ଆଉ କେଉଁଠି ବିକ୍ଷୋଭ । ହେଲେ ଦୀର୍ଘ ୪ ଦିନ ଧରି ସୁନ୍ଦରଗଡ଼ ଆରସିଏମଏସରେ ୟୁରିଆ ପାଇଁ ଧାଡ଼ି ଲାଗିଲା ପରେ ରାତି ଅନିଦ୍ରା ରହିଛନ୍ତି ଚାଷୀ । କେବଳ ପୁରଷ ଚାଷୀ ନୁହଁ ମହିଳା ଚାଷ ବି ରାତି ଅନିଦ୍ରା । କାହା ହାତରେ ୪ ମାସର ଶିଶୁ ତ ଆଉ ବୁଢ଼ୀ ମା’ ବି ଦୀର୍ଘ ୨୪ ଘଣ୍ଟା ଲାଇନରେ ଲାଗିଲା ପରେ ବି ମିଳୁନି ୟୁରିଆ ସାର । ସାର ପାଇଁ ଟୋକନ ମିଳିଛି ହେଲେ ସାର ଦେବା ପାଇଁ ନାରାଜ ଆରସିଏମଏସ । ଦିନ ସାରା ଲାଇନ ଲାଗିବା ପରେ ବି ସାର ମିଳିଳା ନାହିଁ । ଶେଷରେ ଚାଷୀ ବିକ୍ଷୋଭ କଲା ପରେ ସମବାୟ ସଂସ୍ଥା ଚାଷୀଙ୍କୁ ଦେଖାଇଛି ପୁଲିସର ନାଲି ଆଖି ।
ୟୁରିଆ ସାର ପାଇଁ ରାତି ଅନିଦ୍ରା : ଟୋକନ ଅଛି ମିଳୁନି ସାର ,ସୁନ୍ଦରଗଡ଼ ଆରଏମସିରେ ରାତି ଅନିଦ୍ରା ହୋଇ ଧାଡ଼ିରେ ଲାଗିଲେ ମାଆ
ସାରା ରାଜ୍ୟରେ ସାରର ଘୋର ଅଭାବ, କେଉଁଠି ୟୁରିଆ ସାର ପାଇଁ ରାସ୍ତା ରୋକ ହେଲାଣି ତ ଆଉ କେଉଁଠି ବିକ୍ଷୋଭ । ହେଲେ ଦୀର୍ଘ ୪ ଦିନ ଧରି ସୁନ୍ଦରଗଡ଼ ଆରସିଏମଏସରେ ୟୁରିଆ ପାଇଁ ଧାଡ଼ି ଲାଗିଲା ପରେ ରାତି ଅନିଦ୍ରା ରହିଛନ୍ତି ଚାଷୀ ।
/kanak/media/media_files/2025/08/24/sara-2025-08-24-07-38-02.jpg)