କନକ ବ୍ୟୁରୋ : ରାସନ ପାଇଁ ରାତି ଅନିଦ୍ରା , ନମିଳିବା ଭୟରେ ଲାଗୁଛି ଲମ୍ବା ଧାଡ଼ି । ରାସନ ସାମଗ୍ରୀ ବାଟ ମାରଣା ରୋକିବାକୁ ସରକାର ନୂଆ ଓଜନ ମାପ ବ୍ୟବସ୍ଥା କରିଛନ୍ତି। ଅନଲାଇନରେ ଓଜନ ମାପ ହେଉଛି । ଚିରକୁଟି ବାହରିଲେ ଚାଉଳ ମିଳୁଛି କିନ୍ତୁ ସର୍ଭର ଡାଉନ ହେଲେ କଥା ସରିଲା । ଏଭଳି ସ୍ଥିତିରେ ବିଳମ୍ବରେ ପହଁଚିଲେ କାଳେ ନମିଳିବ ସେଥିପାଇଁ ରାତିରୁ ଯାଇ ଖାଉଟି କେନ୍ଦ୍ରରେ ରାସନ କାର୍ଡ ରଖି ଧାଡି ଲଗାଉଛନ୍ତି ହିତାଧିକାରୀ । ନୂଆ ଓଜନ ମାପ ଯନ୍ତ୍ର ବ୍ୟବହାର ସମସ୍ୟାର ସମାଧାନ ନହେବା ଯାଏଁ ତିନି ମାସ ରାସନ ବାଣ୍ଟିବେ ନାହିଁ ବୋଲି ଦିନକ ତଳେ ଭାରତୀୟ ଖୁଚୁରା ବିକ୍ରେତା ମହାସଂଘ ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି ।
ନୂଆ ଓଜନ ମାପ ଯନ୍ତ୍ର ବ୍ୟବହାର ଜନିତ ସମସ୍ୟାକୁ ବିରୋଧ କରି ରାସନ ନବାଣ୍ଟିବାକୁ ନିଷ୍ପତି ନେଇଛି ସଂଘ । ସରକାର ଓ ଡିଲର ସଂଘର ବିବାଦ ଭିତରେ ହନ୍ତସନ୍ତ ହେଉଛି ହିତାଧିକାରୀ । ସରକାରଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ ହୋଇଥିଲେ ବି ଏହା କେମିତି ବ୍ୟବସ୍ଥିତ ହେବ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ବଢ଼ିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/10/19/SrwgXe2610xl83g80TiB.jpg)