କନକ ବ୍ୟୁରୋ : ଆକାଶଛୁଆଁ ପନିପରିବା ଦର। କେବଳ କଖାରୁକୁ ଛାଡିଦେଲେ ୫୦ ଟଙ୍କା ତଳକୁ ନାହିଁ କୌଣସି ପରିବା । ବାଇଗଣ ୬୦, ପୋଟଳ ୬୦, ଟମାଟୋ ୧୦୦, ବିନ୍ସ ୧୦୦, ଝୁଡ଼ଙ୍ଗ ୭୦, କାଙ୍କଣ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ରହିଛି । ସବୁ ପନିପରିବାର ଏଭଳି ଆକାଶଛୁଆଁ ଦର ଗ୍ରାହକଙ୍କୁ ଖୁବ୍ ବାଧୁଛି । ୫୦୦ ଟଙ୍କାରେ ଗୋଟେ ବ୍ୟାଗ୍ ମଧ୍ୟ ପୁରୁନି ।
ଲୋକେ ମାର୍କେଟକୁ ଗଲେ କିଲେ ଜାଗାରେ ଅଢେଇଶ, ଅଧ କିଲୋ ଏଭଳି ନେଉଛନ୍ତି । କେବଳ ସବୁଜ ପନିପରିବା ନୁହେଁ ପିଆଜ ଦର ଲୋକଙ୍କୁ କନ୍ଦାଉଛି । ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା ୬୫ ରୁ ୭୦ ଟଙ୍କା ରହିଛି । ପିଆଜର ଏଭଳି ଦରବୃଦ୍ଧି କୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନାଫେଡ ପକ୍ଷରୁ ୩୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ।