କନକ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡରେ ଚାଞ୍ଚଲ୍ୟ । ମେଡିକାଲର ପରିତ୍ୟକ୍ତ ଶୌଚାଳୟରୁ ମିଳିଛି ୩ ନରକଙ୍କାଳ । ଏହାପରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏହା ମଣିଷର କି ପଶୁର ତାହା ସ୍ପଷ୍ଟ ହୋଇନାହିଁ । ଡାକ୍ତର ଓ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ମନ୍ତବ୍ୟ ସସପେନ୍ସକୁ ବଢ଼ାଇଛି ।  

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଭଇଁସା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟ । ଆଜି ସକାଳୁ ସକାଳୁ ପରିତ୍ୟକ୍ତ କୋଠାର ୩ଟି ଶୌଚାଳୟରୁ  ହାଡ କଙ୍କାଳ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ୩ଟି ହାଡକଙ୍କାଳ କାହାର ତାହାକୁ ସସପେନ୍ସ ବଢାଇଛି । ଲୋକେ ଶୌଚାଳୟର ଏହି ହାଡ କଙ୍କାଳ ଦେଖିଲା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଛାନଭିନ କରିବା ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସିଥିଲେ । ତେବେ ଏହା ମଣିଷ ଶରୀର କଙ୍କାଳନୁହେଁ ମାଙ୍କଡର ହୋଇଥାଇପରେ ବୋଲି ସନ୍ଦେହ ପ୍ରକାଶ ପାଇଛି । 

ହାଡକଙ୍କାଳର ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।  ତେବେ ଏବେ ବି ସ୍ପଷ୍ଟ ହୋଇନାହିଁ ଏହା ମାଙ୍କଡ ନା ମଣିଷର ହାଡ । ତେବେ ବିନାପରୀକ୍ଷାରେ ଡାକ୍ତର କେମିତି କହିଲେ ଜବତ ହାଡ କଙ୍କାଡ ମାଙ୍କଡର ବୋଲି ସେ ନେଇ ପ୍ରଶ୍ନ ଉଠିଛି । ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଗଣାଗଡ ତହସିଲଦାର କହିଛନ୍ତି , ତଦନ୍ତ ପରେ ସ୍ପଷ୍ଟ ହେବ ହାଡକଙ୍କାଳ କାହାର ।

ପରିତ୍ୟକ୍ତ ଶୌଚାଳୟ ଭିତରୁ ଅପ୍ରତ୍ୟାଶିତ ଭାବେ ହାଡକଙ୍କାଳ ମିଳିବା ପରେ ସ୍ଥାନୀୟ ଅଂଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି
-୩ଟି ଶୌଚାଳୟରେ ଏତେ ହାଡ଼କଙ୍କାଳ ଆସିଲା କେମିତି?
-ବିନା ପରୀକ୍ଷାରେ ଡାକ୍ତର କେମିତି ଜାଣିଲେ ଏହା ମାଙ୍କଡର ହାଡ଼ ବୋଲି?
-କେବେ ଆସିବ ନମୁନା ପରୀକ୍ଷା?
-ରିପୋର୍ଟ ଆଧାରରେ ଘଟଣା ଉପରୁ ପରଦା ହଟାଇପାରିବ ତ ପୁଲିସ?