କନକ ବ୍ୟୁରୋ: ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍ ଷ୍ଟାଡିୟମ୍ରେ ଷଷ୍ଠ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ନବରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଓ ସ୍ୱର୍ଗତ କୁଶରଞ୍ଜନ ପଟ୍ଟନାୟକଙ୍କ କନ୍ୟା ଅନ୍ଵେଷା ପଟ୍ଟନାୟକ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ୟାଚ୍ରେ ଭୁବନେଶ୍ବରର ଜଗା ୟୁନାଇଟେଡ୍ ୨-୧ ଗୋଲ୍ରେ ଭଦ୍ରକର ବାଦଲ ଫୁଟ୍ବଲ୍ ଏକାଡେମି ପରାସ୍ତ କରିଛି । ଜଗା ୟୁନାଇଟେଡ୍ ପ୍ରଥମାର୍ଦ୍ଧରେ ଦୁଇଟି ଏବଂ ବାଦଲ ଫୁଟ୍ବଲ୍ ଏକାଡେମି ଗୋଟିଏ ଗୋଲ୍ ଦେଇଥିଲେ ।
ଏହା ବି ପଢ଼ନ୍ତୁ: ବିଶ୍ବକପ୍ ପରେ ପାକିସ୍ତାନକୁ ଦିଆଯାଇଥିବା ରିହାତି ସଂପର୍କରେ ପ୍ରକାଶ କରିବ ଆଇସିସି
ଖେଳର ଦ୍ଵିତୀୟାର୍ଦ୍ଧ ଗୋଲଶୂନ୍ୟ ରହିବାରୁ ଜଗା ୟୁନାଇଟେଡ୍ ସେମିଫାଇନାଲ ସ୍ଥାନ ନିଶ୍ଚିତ କରିଥିଲା । ରେଫରି ଆଲୋକ ଦେହୁରୀ, ଧନେଶ୍ଵର ସର୍ଦ୍ଦାର, ଚନ୍ଦନ ସାହୁ ଓ ଆୟୁଷକାନ୍ତି ସ୍ଵାଇଁ ମ୍ୟାଚ୍ ପରିଚାଳନା କରିଥିଲେ । ମଦନ ପାଣି ଧାରାବିବରଣୀ ଦେଇଥିଲେ । କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ମନୋରଂଜନ ପଟ୍ଟନାୟକ, ଉପସଭାପତି ନିରାକାର ଦଳେଇ, ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂ, ସହସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ରମେଶ ସିଂ, ସଦସ୍ୟ ଅଶୋକ କୁମାର ରାଉଳ, ଅଖିଲ କୁମାର ପଟ୍ଟନାୟକ, ବସନ୍ତ କୁମାର ସାହୁ, ମନୋରଂଜନ ସିଂ, ଆଦିକନ୍ଦ ମହାକୁଡ଼, ତପନ ଜେନା, ବାଇଧର ସେଠୀ, ଅଜୟ ସେଠୀ, ସଞ୍ଜୀବ କୁମାର ସିଂ, ସୁଦାମ ରଣା, ମାର୍କଣ୍ଡ ସାମଲ, ନିରଜା ନାୟକ ପ୍ରମୁଖ ସହଯୋଗ କରିଥିଲେ । ବୁଧବାର ମିସନ ଟାଇଗର, ବାଲେଶ୍ଵର ଓ ଶିମିଳିପାଳ ଏଫ୍ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।
Follow Us