କନକବ୍ୟୁରୋ : ସଫଳତାର ସହିତ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଅସ୍ଥିଶଲ୍ୟ ବିଶେଷଜ୍ଞ ଅଶଂ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ମଣିପାଲ୍ ହସ୍ପିଟାଲ୍ସର ଏମ୍.ଡି ତଥା ସିଇଓ ଶ୍ରୀ ଦିଲୀପ୍ ଜୋସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏହି ବିଶାଳ ସମ୍ମିଲନୀରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ସକ୍ରିୟ ଭାବରେ ଅଂଶଗ୍ରହଣ କରି, ଅର୍ଥୋପେଡିକ୍ ସେବାରେ ନିଜର ଦକ୍ଷତାକୁ ପ୍ରତିଷ୍ଠା କରିପାରିଥିଲା ।
ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର ସଭାପତି ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର, ଉପ-ସଭାପତି ଡାକ୍ତର ଦେବବ୍ରତ ପାଢ଼ୀ, ସେକ୍ରେଟାରୀ ଡାକ୍ତର ବିଷ୍ଣୁ ପାତ୍ର ଏବଂ ଇଣ୍ଡିଆନ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର ସଭାପତି ଡାକ୍ତର ସଚିନ୍ ଜୈନ୍ ଙ୍କ ସମେତ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀର ଆୟୋଜନ କମିଟିର ଅଧ୍ୟକ୍ଷ ଭାବରେ ମଣିପାଲ୍ ହସ୍ପିଟାଲ୍ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶ ଏବଂ ଆୟୋଜନ କମିଟିର ସମ୍ପାଦକ ଭାବରେ ଡାକ୍ତର କିଶୋର ପଣ୍ଡା ସମସ୍ତ ଦାୟୀତ୍ବ ନେଇଥିଲେ ।
ଏହି ସମ୍ମିଳନୀର ମୁଖ୍ୟ ଅତିଥି ଭାବରେ ଶ୍ରୀ ଦିଲୀପ୍ ଜୋସ୍ , କହିଛନ୍ତି, "ଗୋଟିଏ ସ୍ଥାନରେ ଦେଶ ବିଭିନ୍ନ ସ୍ଥାନରୁ
ଆସିଥିବା ୩୦ ଡାକ୍ତରଙ୍କ ସମେତ ୨୦୦ ସ୍ଥାନରେ ଏକତ୍ରୀତ ହେବା ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ। ଏହି ଭଳି
ସମ୍ମିଳନୀ ଫଳରେ ନିଶ୍ଚିତ ଭାବରେ ଆର୍ଥ୍ରୋପ୍ଲାଷ୍ଟି ସର୍ଜରୀ ସମ୍ପର୍କରେ ସଚେତନତା କରିବାରେ ସାହାଯ୍ୟ କରିବ" |
About Manipal Hospitals-
ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ
ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ
ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ
ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ
ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-
hospital care) ଯାଏଁ ବିସ୍ତାର କରାଯାଉଛି।
ସେପ୍ଟେମ୍ବର ୨୦୨୩ରେ Medica Synergie Hospitals ଓ AMRI Hospitals Limited ର ଅଧିଗ୍ରହଣ ପରେ,
ମାଣିପାଲ୍ ହସ୍ପିଟାଲ୍ ଏବେ ଭାରତର ୧୯ଟି ସହରରେ ୩୮ଟି ହସ୍ପିଟାଲ୍ ସହିତ ଏକ ସଂଯୁକ୍ତ ନେଟୱାର୍କ ତିଆରି କରିଛି।
ଏହି ନେଟୱାର୍କରେ ୧୦,୫୦୦+ ବେଡ୍, ୭,୨୦୦+ ଡାକ୍ତରଙ୍କ ଏକ ପ୍ରତିଭାଶାଳୀ ଟିମ୍ ଏବଂ ୧୮,୬୦୦+ କର୍ମଚାରୀ
ସଂଖ୍ୟା ଅଛି।
ମାଣିପାଲ୍ ହସ୍ପିଟାଲ୍ ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ରୋଗୀଙ୍କୁ ଶାମୂହିକ ଭାବେ ଚିକିତ୍ସାତ୍ମକ ଓ ପ୍ରତିରୋଧମୂଳକ ସେବା
ପ୍ରଦାନ କରେ। ଏହି ହସ୍ପିଟାଲ୍ NABH ଓ AAHRPP ଦ୍ୱାରା ମାନ୍ୟତାପ୍ରାପ୍ତ ଅଟୁଛି ଓ ଏହାର ଅଧିକାଂଶ ଶାଖା
NABL, ଇମର୍ଜେନ୍ସି ଓ ବ୍ଲଡ୍ ବ୍ୟାଙ୍କ ମାନ୍ୟତା ସହିତ ସୁଶ୍ରୂଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚିହ୍ନଟ।
ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ଅନୁଯାୟୀ, ମାଣିପାଲ୍ ହସ୍ପିଟାଲ୍ କୁ ଭାରତର ସବୁଠୁ ବେଶି ଆଦର୍ଶ ଓ ରୋଗୀ ଦ୍ୱାରା
ସୁପାରିଶ ହସ୍ପିଟାଲ୍ ବୋଲି ମାନ୍ୟତା ମିଳିଛି।'