କନକ ବ୍ୟୁରୋ : ଜମ୍ମୁ- କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଆଜି ୬ ବର୍ଷ ପୂରିଛି । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ- କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିଲେ। ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ ହୋଇଯାଇଛି ରାଜ୍ୟ । ଗୋଟିଏ ହେଲା ଜମ୍ମୁ- କାଶ୍ମୀର ଓ ଅନ୍ୟଟି ଲଦାଖ । ସୁରକ୍ଷା ସ୍ଥିତି ଓ ଅର୍ଥନୀତିରେ ବେଶ୍ ଉନ୍ନତି ପରଲକ୍ଷିତ ହୋଇଛି । ସମ୍ୱିଧାନ ଅନୁସାରେ, ଦେଶର ଅନ୍ୟ ସମସ୍ତ ଭାଗରେ ଲୋକ ଉପଭୋଗ କରୁଥିବା ସରକାରୀ ସୁବିଧା ସୁଯୋଗ ଏବେ ଜମ୍ମୁ-କାଶ୍ମୀର ବାସିନ୍ଦା ଉପଭୋଗ କରୁଛନ୍ତି । ସାମାଜିକ- ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ପ୍ରଗତି ଆସିଛି । ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆସୁଥିବା ବେଳେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କୀ ଆକ୍ରମଣ ଏଥିପ୍ରତି ଆଣିଛି ବଡ଼ ଆହ୍ବାନ । ଜମ୍ମୁ-କାଶ୍ମୀର ଅର୍ଥନୀତି ପାଇଁ ପର୍ଯ୍ୟଟନ ମୁଖ୍ୟ ଆଧାର ହୋଇଥିବା ବେଳେ ଆତଙ୍କବାଦ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ସିନ୍ଦୂର, ଅପରେସନ ମହାଦେବ ଓ ଅପରେସନ ଅଖଲ ପରେ ସ୍ଥିତିରେ ଦ୍ରୁତ ସୁଧାର ଆସୁଛି । ବିଭିନ୍ନ ରାଜନୈତିକ ଦଳ ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପ୍ରଦାନ ଲାଗି ଦାବି କରୁଛନ୍ତି । ଓମର ଅବଦୁଲ୍ଲା ସରକାର ଗଠନ ପରେ ଏହି ଦାବି ଜୋର୍ ଧରିଛି । ରାଜ୍ୟରୁ ୩୭୦ ଧାରା ଉଚ୍ଛେଦର ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ବିଜେପି ଅଭିନନ୍ଦନ ଜଣାଇଛି। ଅନ୍ୟପକ୍ଷରେ ଏହାର ପ୍ରତିବାଦରେ ୧୫ ମିନିଟ୍ ବ୍ଲାକ ଆଉଟ୍ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଆହ୍ନାନ ଦେଇଛନ୍ତି ।
ଧାରା ୩୭୦ ଉଚ୍ଛେଦର ୬ ବର୍ଷ ପରେ.....
୨୦୧୯ ଅଗଷ୍ଟ ୫ରେ ଜମ୍ମୁ- କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ
ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ ହୋଇଯାଇଛି ରାଜ୍ୟ
ଗୋଟିଏ ଜମ୍ମୁ- କାଶ୍ମୀର ଓ ଅନ୍ୟଟି ଲଦାଖ
ସୁରକ୍ଷା ସ୍ଥିତି ଓ ଅର୍ଥନୀତିରେ ବେଶ୍ ଉନ୍ନତି ପରଲକ୍ଷିତ
ସମ୍ୱିଧାନ ଅନୁସାରେ, ଦେଶର ଅନ୍ୟ ଭାଗ ପରି ସମସ୍ତ ସୁବିଧା ସୁଯୋଗ
ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହୋଇଛି
ତେବେ ପହଲଗାମ୍ ଆକ୍ରମଣ ପରେ ଚାଲେଞ୍ଜ୍ ଥିଲା
ସୁରକ୍ଷାକର୍ମୀଙ୍କ ଅପରେସନ ପରେ ସ୍ଥିତିରେ ଦ୍ରୁତ ସୁଧାର ଆସୁଛି
ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପ୍ରଦାନ ଲାଗି ଦାବି ଜୋର୍ ଧରିଛି
ଧାରା ୩୭୦ ଧାରା ଉଚ୍ଛେଦର ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପିର ଅଭିନନ୍ଦନ
ପ୍ରତିବାଦରେ ୧୫ ମିନିଟ୍ ବ୍ଲାକ ଆଉଟ୍ ପାଇଁ ମେହେବୁବା ମୁଫତିଙ୍କ ଆହ୍ନାନ