କନକବ୍ୟୁରୋ : ଭିଗୋକର ଖୁନ ମୈଁ ବର୍ଦ୍ଦି କାହାନୀ ଦେ ଗୟେ ଅପନେ
ମୋହବତ ମୁଲ୍କ କି ସଚ୍ଚି ନିଶାନୀ ଦେ ଗୟେ ଅପନୀ...
ମନାତେ ରେହଗୟେ ଭାଲେଣ୍ଟାଇନ ଡେ ୟାହାଁ ହମ ତୁମ, 
ଓ୍ୱାହାଁ କଶ୍ମୀର ମୈଁ ସୈନିକ କୁର୍ବାନୀ ଦେ ଗୟେ ଅପନୀ 

Advertisment

ଆଜି ହେଉଛି ସେହି ଦିନ ଯେଉଁ ଦିନ ଆତଙ୍କୀଙ୍କ ଷଡଯନ୍ତ୍ରରେ ଫସିଯାଇଥିଲେ ବୀର ଯବାନ । ଯବାନଙ୍କ ଜୀବନ ନେବାକୁ ଯେବେ ଷଡଯନ୍ତ୍ର ରଚିଥିଲେ ସୈତାନ । ସୀମା ପାର କରି ଭାରତ ଭିତରେ ଷଡଯନ୍ତ୍ରକାରୀ ରଚିଥିଲେ ଷଡଯନ୍ତ୍ର । ଆଉ ଭାରତ ହରାଇଥିଲା 40 ବୀର ପୁଅଙ୍କୁ । ଆମେ କହୁଛୁ ସେହି ପୁଲଓ୍ୱାମା ଆକ୍ରମଣ କଥା । ଯାହା ଭାରତ ପାଇଁ କଳାଦିନ ହୋଇ ରହିଯାଇଛି । 
ସେଦିନ ଥିଲା ଫେବୃଆରୀ 14 ତାରିଖ 2019 । ରାଜପଥରେ ଲମ୍ୱା ଲାଇନ ହୋଇ ଆଗକୁ ବଢିଚାଲିଥିଲା ସିଆରପିଏଫ ଯବାନଙ୍କ କାଫିଲା । 78ଟି ବସରେ ଟ୍ରାଞ୍ଜିଟ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢେଇ ହଜାର ଯବାନ ।

ସବୁ କିଛି ସ୍ୱଭାବିକ ଥିଲା । ହେଲେ ହଠାତ ଶୁଭିଥିଲା ଏକ ବଡ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ କିଛି ଛିନଛତ୍ର ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖରୁ 10 କିମି ଯାଏ ସାରା ଅଞ୍ଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣର ଶବ୍ଦ ନୀରବି ଗଲା ପରେ ଯାହା ସାମ୍ନାକୁ ଆସିଲା, ତାହା ହୁଏତ ଭାରତ ଇତିହାସରେ କେବେ ବି ଘଟିନଥିଲା । 
ଆତଙ୍କବାଦୀ ଆଦିଲ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ସିଆରପିଏଫର ଅନେକ ଯବାନ ।

ଏତିକିରେ ସରିନଥିଲା ନର ରାକ୍ଷସଙ୍କର ଆକ୍ରମଣ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧଧୁନ ଗୁଳି ମାଡ । ପାଲଟା ଗୁଳିମାଡ କଲା ବେଳକୁ ଅନେକ କିଛି ହରାଇସାରିଥିଲା ଭାରତ । 
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଯବାନଙ୍କ ଶରୀର । କାହାକୁ ଚିହ୍ନିବା ବି ସମ୍ଭବ ହେଉନଥିଲା । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା ।

ଶ୍ରୀନଗରରୁ ଦିଲ୍ଲୀ ହଲଚଲ ହୋଇଯାଇଥିଲା । ଚାରିଆଡେ ଖେଳିଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡିଯାଇଥିଲା ପୂରା ଦେଶ । 
ଆଜି ସେହି ପୁଲଓ୍ୱାମା ଆକ୍ରମଣକୁ ପୂରିଛି 6 ବର୍ଷ । ଆତଙ୍କୀଙ୍କ ଷଡଯନ୍ତ୍ରରେ ଫସିଯାଇଥିଲେ ଭାରତୀୟ ସାହସୀ ଯବାନ । ଫଳରେ 40 ଜଣ ବୀର ଯବାନଙ୍କୁ ହରାଇଥିଲା ଦେଶ ।

ଏହି ଘଟଣାରେ ଦେଶ ନିଜ ବୀର ପୁଅଙ୍କୁ ହରାଇଥିଲା ସତ । ହେଲେ ସେହି ବୀର ଯବାନଙ୍କ ପରିବାରକୁ ଏହି ଘଟଣା କେତେ ଦୁଃଖ ଦେଇଥିବ ଥରେ ଭାବି ଦେଖନ୍ତୁ । ଆମେ ସିନା ବର୍ଷକୁ ଥରେ ତାଙ୍କୁ ମନେ ପକାଇ ଆମ କାମ ସାରିଦେଉଛୁ ହେଲେ ତାଙ୍କ ପରିବାର ଆଖିରୁ ଆଜି ବି ଲୁହ ଶୁଖୁନି । ଏହି ଘଟଣା କିଏ ନିଜ ପୁଅକୁ ହରାଇଥିଲା ତ ଆଉ କିଏ ନିଜ ସ୍ୱାମୀଙ୍କୁ, ଆଉ କିଏ ନିଜ ବାପାଙ୍କୁ ହରାଇ ସାରା ଜୀବନ ପାଇଁ ବାପ ଛେଉଣ୍ଡ ହୋଇଯାଇଛି । ଦେଶ ପାଇଁ ସେମାନେ ଦେଇଥିବା ବଳିଦାନକୁ ଦେଶ କେବେ ବି ଭୁଲିବନି । ଦେଶ ପାଇଁ ବଳିଦାନ ଦେଇ ସେମାନେ ଚିରଦିନ ପାଇଁ ଦେଶବାସୀଙ୍କ ମନରେ ଅମର ହୋଇରହିଗଲେ ।