କନକ ବ୍ୟୁରୋ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ। ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି। ଦିଲ୍ଲୀରେ ଚତୁର୍ଥ ମହିଳା ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା। ପୂର୍ବରୁ ସୁଷମା ସ୍ବରାଜ, ଶିଲା ଦିକ୍ଷୀତ ଏବଂ ଆତିଶି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ରେଖା ଗୁପ୍ତାଙ୍କ ସହ ଅନ୍ୟ ୬ ଜଣ ମନ୍ତ୍ରୀ ଭାବେ ଶପଥ ନେବେ। ଦିଲ୍ଲୀ କ୍ୟାବିନେଟ୍ରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିରସା, ରବୀନ୍ଦ୍ର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ମନ୍ତ୍ରୀ ଭାବେ ଶପଥ ନେବେ।
ରେଖାଙ୍କ ସହ ଶପଥ ନେବେ ୬ ମନ୍ତ୍ରୀ । ସମାରୋହ ପାଇଁ ରାମଲୀଳା ମୈଦାନରେ ପହଂଚିଲେଣି ନେତା ଓ କର୍ମୀ
ଦିଲ୍ଲୀରେ ଚତୁର୍ଥ ମହିଳା ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା। ପୂର୍ବରୁ ସୁଷମା ସ୍ବରାଜ, ଶିଲା ଦିକ୍ଷୀତ ଏବଂ ଆତିଶି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ।
/kanak/media/media_files/2025/02/20/mcp3LvPHlTDrhxO3tWJV.jpg)