କନକ ବ୍ୟୁରୋ : ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୬ଟି ମନ୍ତ୍ରୀ ପଦ ଖାଲିପଡିଛି । ଏହି ମନ୍ତ୍ରୀ ପଦ ଲାଗି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତୃତ୍ୱଙ୍କ ସହ ଘନ ଘନ ବୈଠକ କରୁଛନ୍ତି । କେଉଁ ଆଧାରରେ ଏବଂ କାହାକୁ ଅଗ୍ରାଧିକାର ଦିଆଯାଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ, ସେ ନେଇ ମାନସ ମନ୍ଥନ ଚାଲିଛି । କୁହାଯାଉଛି...
ପ୍ରତି ସଂସଦୀୟ କ୍ଷେତ୍ରରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରିବା ଯୋଜନା
୮ଟି ସଂସଦୀୟ କ୍ଷେତ୍ର ବର୍ତ୍ତମାନ ମନ୍ତ୍ରୀଶୂନ୍ୟ ରହିଛି
ଅଭିଜ୍ଞ ଓ ବରିଷ୍ଠଙ୍କୁ ଦିଆଯାଇପାରେ ଅଗ୍ରାଧିକାର
କିଛି ନେତାଙ୍କ ମାନଭଞ୍ଜନ କରିବାକୁ ଦିଆଯାଇପାରେ ମନ୍ତ୍ରୀପଦ
ମନ୍ତ୍ରିମଣ୍ଡଳ ନେଇ ବାରମ୍ବାର ବୈଠକ ଭିତରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୁଣି ଏକ ଗୁରୁତ୍ୱପୁର୍ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଓଡ଼ିଶା ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ଏବଂ ସଂଗଠନ ମହାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । କୁହାଯାଉଛି, ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ବିଧାନସଭା ବଜେଟ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସାମ୍ପ୍ରସାରଣ ହୋଇପାରେ ।
୯ ମାସ ପରେ ରାଜ୍ୟ ସରକାର ବୋର୍ଡ ଏବଂ ନିଗମ ସଭାପତିଙ୍କ ନାଁ ଘୋଷଣା କରିପାରିଲେ ନାହିଁ । ରାଜ୍ୟ ସଭାପତି କିଏ ହେବ ଦିଲ୍ଲୀ ସ୍ତରରେ ଅଙ୍କ କଷା ଚାଲିଛି । ଏଭଳି ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ।