କନକ ବ୍ୟୁରୋ: ମଣିପୁର ହିଂସା ପୁଣି ଭୟଙ୍କର ହେବାରେ ଲାଗିଛି। ଗତ ସୋମବାରଠାରୁ ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି । ଗୋଟିଏ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାଁନ୍ତି । ସମସ୍ତ ମୃତକ ମୈତେୟୀ ସମ୍ପ୍ରଦାୟର । ସେମାନେ ବୋରବେକ୍ରା ଥାନା ଅଧୀନ ଏକ ରିଲିଫ୍ କ୍ୟାମ୍ପ୍ରେ ରହୁଥିବାବେଳେ ଉଗ୍ରପନ୍ଥୀ ମାନେ ସେଠାରେ ଆକ୍ରମଣ କରିଥିଲେ । ଶିବିର ଉପରେ ଗୁଳିମାଡ଼ କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ଏହି ୬ ଜଣଙ୍କୁ ହତ୍ୟା ଘଟଣାର ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିବାରୁ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି । ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଇମ୍ଫାଲରେ ଉତ୍ତ୍ୟକ୍ତ ଜନତା କୁକି ଉଗ୍ରପନ୍ଥୀଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନକୁ ଘେରିଯିବା ସହ ଧସେଇ ପଶିବାକୁ ପ୍ରୟାସ କରିବାରୁ ପୁଲିସ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ସହିତ ଉତ୍ତ୍ୟକ୍ତ ଜନତା ୩ ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ଜଳୁଛି ମଣିପୁର :
କୁକି ଗୋଷ୍ଠୀର ଆତଙ୍କରାଜ
ପୁଣି ଅଶାନ୍ତ ମଣିପୁର
ଗୋଟିଏ ପରିବାରର ୬ ଜଣଙ୍କୁ ଅପହରଣ ପରେ ହତ୍ୟା
ମୃତଦେହ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା
ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ଶିଶୁ
୮ ମାସର ଶିଶୁକୁ ବି ଛାଡିଲେନି କୁକି ଗୋଷ୍ଠୀ
୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ
୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହଙ୍କ ଘରକୁ ଆକ୍ରମଣ
୩ ମନ୍ତ୍ରୀ ଓ ୬ ବିଧାୟକଙ୍କ ଘରେ ଭଙ୍ଗାରୁଜା