ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍‌ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ

Advertisment

ଚମତ୍କାର ବିଜୟ ପରେ ବିଶ୍ୱ କ୍ରିକେଟ ଜଗତରେ ଭାରତର ବାଃ ବାଃ ହେବାରେ ଲାଗିଛି । ହେଲେ ଭାରତ ଚାମ୍ପିୟନ ହେବା ପଛରେ ରହିଛି ୬ଟି ପ୍ରମୁଖ କାରଣ ।  

ଚମତ୍କାର ବିଜୟ ପରେ ବିଶ୍ୱ କ୍ରିକେଟ ଜଗତରେ ଭାରତର ବାଃ ବାଃ ହେବାରେ ଲାଗିଛି । ହେଲେ ଭାରତ ଚାମ୍ପିୟନ ହେବା ପଛରେ ରହିଛି ୬ଟି ପ୍ରମୁଖ କାରଣ ।  

Team India T20 Champion

କନକ ବ୍ୟୁରୋ: ତୃତୀୟ ଥର ପାଇଁ ଟି-ଟ୍ୱେଣ୍ଟି ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ଟାଇଟାଲ ହାସଲ କରି ଇତିହାସ ସୃଷ୍ଟି କରିଛି । ଏହି ଚମତ୍କାର ବିଜୟ ପରେ ବିଶ୍ୱ କ୍ରିକେଟ ଜଗତରେ ଭାରତର ବାଃ ବାଃ ହେବାରେ ଲାଗିଛି । ହେଲେ ଭାରତ ଚାମ୍ପିୟନ ହେବା ପଛରେ ରହିଛି ୬ଟି ପ୍ରମୁଖ କାରଣ । 

୧. ସକଟମୋଚକ ସୂର୍ଯ୍ୟ : ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ ଆମେରିକା ବିପକ୍ଷରେ ଖେଳି ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା । ୧୩ ଓଭର ଶେଷ ନ ହେଉଣୁ ଦଳ ମାତ୍ର ୭୭ ରନ୍‌ରେ ୬ ଓ୍ବିକେଟ୍‌ ହରାଇଦେଇଥିଲା । ଏହି ସମୟରେ ଅଧିନାୟକ ସୂର୍ଯ୍ୟକୁମାର ସଂକଟମୋଚନ ସାଜି ମାତ୍ର ୪୯ ବଲ୍‌ରେ ୮୪* ରନ୍‌ କରି ଭାରତୀୟ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ । 

୨. ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ: ଗୁରୁତ୍ବପୂର୍ଣ୍ଣ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପାକିସ୍ତାନୀ ସ୍ପିନର୍‌ମାନେ ଭାରତୀୟ ବ୍ୟାଟର୍‌ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । କିନ୍ତୁ ଈଶାନ କିଶନଙ୍କ ବିସ୍ଫୋରକ ପାଳି ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇଦେଇଥିଲା । ମାତ୍ର ୪୦ ବଲ୍‌ରୁ ସେ ଖେଳିଥିବା ୭୭ ରନ୍‌ର ପାଳି ପାକିସ୍ତାନକୁ ମହଙ୍ଗା ପଡ଼ିଥିଲା ଓ ଭାରତ ୬୧ ରନ୍‌ରେ ବିଜୟୀ ହୋଇଥିଲା ।

୩. ଦୁବେଙ୍କ ଅଲରାଉଣ୍ଡ୍‌ ସଫଳତା:  ଭାରତର ବିଶ୍ବକପ୍‌ ବିଜୟରେ ଶିବମ୍‌ ଦୁବେଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଅସ୍ବୀକାର କରିହେବ ନାହିଁ । ନେଦରଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଶିବମ୍‌ ଦୁବେ ମାତ୍ର ୩୧ ବଲ୍‌ରୁ ୬୬ ରନ୍‌ କରିଥିଲେ ଏବଂ ୨ ୱିକେଟ୍‌ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଦଳ ପରାଜୟ ବରଣ କରିଥିଲେ ବି ସେ ଏକାକୀ ଲଢିଥିଲେ ।  

୪. ସଂଜୁ ସାମସନ୍‌ଙ୍କ ଚମତ୍କାର: ଭାରତ ବିଶ୍ବ ଚାମ୍ପିଅନ ହେବା ପଛରେ ସଂଜୁ ସାମସନ୍‌ଙ୍କ ସବୁଠାରୁ ବଡ଼ ଅବଦାନ ରହିଛି ବୋଲି କୁହାଯାଇପାରେ । ସୁପର-୮ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୭ ରନ୍‌ର ପାଳି ଖେଳି ସେ ଭାରତର ସେମିଫାଇନାଲ୍‌ ରାସ୍ତା ଖୋଲିଦେଇଥିଲେ । ସେହିପରି ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ସେ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ । 

ଏହା ବି ପଢ଼ନ୍ତୁ: ଭାରତୀୟ ଦଳର ବିସ୍ଫୋରକ ଶୈଳୀକୁ ସଚିନ, ବିରାଟଙ୍କ ପ୍ରଶଂସା

୫. ବୁମ୍‌ରାଙ୍କ ବୋଲିଂ: ଭାରତର ବିଶ୍ବବିଜୟରେ ଆଉ ଜଣେ ପ୍ରମୁଖ ବିନ୍ଧାଣୀ ଥିଲେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା । ସେମିଫାଇନାଲ୍‌ରେ ଭାରତ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ବି ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଛଡ଼େଇନେବାକୁ ବସିଥିଲା । କିନ୍ତୁ ମ୍ୟାଚ୍‌ର ୧୬ତମ ଓ ୧୮ ତମ ଓଭରରେ ବୁମ୍‌ରା କରିଥିବା ଚମତ୍କାର ବୋଲିଂ ଇଂଲଣ୍ଡ ହାତରୁ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲା । ଏହି ଦୁଇ ଓଭରରେ ସେ ଯଥାକ୍ରମେ ୮ ଓ ୬ ରନ୍‌ ବ୍ୟୟ କରିଥିଲେ । 

୬. ଅକ୍ଷରଙ୍କ କ୍ୟାଚ୍‌: ଯଦି ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ଧରି ନଥାନ୍ତେ, ତେବେ ଭାରତ ଫାଇନାଲ୍‌କୁ ଯିବା ଅସମ୍ଭବ ହୋଇଥାନ୍ତା । ୫ମ ଓଭରରେ ପଛୁଆ ଦୌଡ଼ି ଏକ ଚମତ୍କାର କ୍ୟାଚ୍‌ ନେବା ସହ ହ୍ୟାରି ବ୍ରୁକ୍‌ଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ୧୪ତମ ଓଭରରେ ସେ ବିପଜ୍ଜନକ ଓ୍ବିଲ୍‌ ଜାକ୍ସଙ୍କ ଏକ ନିଶ୍ଚିତ ଛକାକୁ ବାଉଣ୍ଡରି ଉପରେ ଧରି ଭାରସାମ୍ୟ ହରାଇବା ପୂର୍ବରୁ ବଲ୍‌କୁ ଶିବମ୍‌ ଦୁବେଙ୍କୁ ଧରାଇଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe