କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳାରେ କ୍ରସର୍ କର୍ମଚାରୀ ଅରିଜିତ ଜେନାଙ୍କୁ ଗରମ ତେଲ ଢାଳି ଓ ରଡରେ ପିଟି ହତ୍ୟା ଘଟଣାକୁ ୬ ଦିନ ବିତିଲାଣି । ଘଟଣାରେ କ୍ରସର ମାଲିକଙ୍କ ସମେତ ଚାରିଜଣଙ୍କ ସମ୍ପୃକ୍ତି ଅଭିଯୋଗ ଥିବା ବେଳେ ପୁଲିସ ଜଣକୁ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୁଣି ଗତକାଲି ଅରିଜିତଙ୍କ ମାଉସୀ ପୁଅ ଭାଇ ସୁଜିତ ଜେନାଙ୍କୁ ଜେନାପୁର ରାମ୍ପେଇ ନିକଟରେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଅରିଜିତଙ୍କୁ ହତ୍ୟା ଘଟଣାରେ ସୁଜିତ ଗଣମାଧ୍ୟମକୁ ବୟାନ ଦେଇଥିଲେ । ତେଣୁ ତାଙ୍କୁ କ୍ରସର ମାଲିକଙ୍କ ଗୁଣ୍ଡା ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

Advertisment

ପରିବାରର ଏକମାତ୍ର ପୁଅ ଅରିଜିତଙ୍କୁ ହରାଇ ବାପାମାଆ ଭାଙ୍ଗି ପଡ଼ିଥିବା ବେଳେ ପୁଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ତାପରେ ଅରିଜିତଙ୍କ ସମ୍ପର୍କୀୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଯାଜପୁର ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଦୁଇ ଘଟଣାକୁ ନେଇ ତେଜିଛି ରାଜନୀତି। କିନ୍ତୁ ଲୋମହର୍ଷଣକାରୀ ଘଟଣାରେ ପୁଲିସ ଯେତିକି ତତ୍ପରତା ଦେଖାଇବା କଥା, ସେଭଳି  ହୋଇନାହିଁ।

 ଶିଥିଳ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ନିଷ୍କ୍ରିୟତା, ଯାଜପୁର ପୁଲିସର ଅପାରଗତାକୁ ପଦାରେ ପକାଇ ଦେଇଛି। ପ୍ରଶ୍ନ ଉଠୁଛି, କାହା ଚାପରେ ଚେପା ଯାଜପୁର ପୋଲିସ? ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛି କିଏ?