କନକ ବ୍ୟୁରୋ : ଶୁକ୍ରବାର ରାଜସ୍ଥାନ ବିଧାନସଭା ଅଧିବେଶନ ଚାଲିଥିବାବେଳେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଦେଇଥିବା ଏହି ବୟାନକୁ ନେଇ ତୁମ୍ବିତାଫାନ ଦେଖାଦେଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧୀଙ୍କୁ ଦାଦି ବା ଜେଜେମା ରାଜ୍ୟ କ୍ୟାବିନେଠ ମନ୍ତ୍ରୀଙ୍କ ସମ୍ବୋଧନକୁ କଂଗ୍ରେସ ହଜମ କରିପାରିନଥିଲା ଓ ବାଚସ୍ପତିଙ୍କ ପୋଡିୟମରେ ପହଁଚି ଜୋରଦାର ବିକ୍ଷୋଭ କରିଥିଲା । ସୂଚନା ଅନୁସାରେ ମହିଳା ଯୋଜନାକୁ ନେଇ କଂଗ୍ରେସ ବିଧାୟକ ବିଜେପିକୁ ପ୍ରଶ୍ନ କରିଥିଲେ । 

Advertisment

ଯାହାର ଜବାବ ଦେଇଥିଲେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଅଭିନାଶ ଗେହଲଟ । ସେ କହିଥିଲେ ତତକାଳୀନ କଂଗ୍ରେସ ସରକାର ସମସ୍ତ ଯୋଜନାକୁ ଇନ୍ଦିରା ଗାନ୍ଧୀଙ୍କ ନାଁରେ କାହିଁକି ରଖିଥିଲା ? ଏହାକୁ ନେଇ ଗୃହରେ ପ୍ରବଳ ହଟଗୋଳ କରିଥିଲେ କଂଗ୍ରେସ ବିଧାୟକ ଓ ପୋଡିୟମ ନିକଟରେ ପହଁଚି ହୋହାଲ୍ଲା କରିଥିଲେ ।

ସେପଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଚସ୍ପତି ୬ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଏବେ ନାରାଜ କଂଗ୍ରେସ । ଶୁକ୍ରବାର ରାତି ସାରା ବିଧାନସଭାରେ କଂଗ୍ରେସ ବିଧାୟକ ଭଜନ ଗାଇ, କିର୍ତ୍ତନ କରି ବିକ୍ଷୋଭ କରିଥିବା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହଁ ଗଦି, ତକିଆ ପକାଇ ଶୋଇବା ସହ ନିଜ ଦାବି ପୂରଣ ପାଇଁ ଅଡିବସିଛନ୍ତି ।

ମନ୍ତ୍ରୀର ଅଭିନାଶ ଗେହଲଟଙ୍କଠୁ ଇସ୍ତଫା ଦାବି କରି ଆଜି ସାରା ରାଜ୍ୟରେ ପ୍ରଦର୍ଶନ କରିଛି କଂଗ୍ରେସ । ସେପଟେ ଗୃହକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ସହ ଆନ୍ଦୋଳନ ତେଜିବା ସମ୍ଭାବନା ମଧ୍ୟ ରହିଛି । ସେପଟେ କଂଗ୍ରେସ ବାଚସ୍ପତିଙ୍କ ଉପରେ ମଧ୍ୟ ପକ୍ଷପାତିତାର ଅଭିଯୋଗ କରିଛି ଦଳ ।