କନକ ବ୍ୟୁରୋ: ବନ୍ୟା ସ୍ଥିତି ଛାଡ଼ିବା ପରେ ଦେଶର ରାଜଧାନୀରେ ମଶା ଜନିତ ରୋଗର ଆଶଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ଏନସିଆର ସମେତ ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମ ଅଞ୍ଚଳରେ ଡେଙ୍ଗୁ, ଚିକୁନନଗୁନିଆ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ତଥ୍ୟ ଅନୁଯାୟୀ ସପ୍ତାହକରେ ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ମ୍ୟାଲେରିଆର ୩୩ଟି ଏବଂ ଚିକୁନଗୁନିଆର ୪ଟି ମାମଲା ମଧ୍ୟ ରିପୋର୍ଟ ହୋଇଛି । ମଶା ଜନିତ ରୋଗର ପ୍ରାର୍ଦୁଭାବ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଫଗିଂ ମଶା ପ୍ରଜନନ ନିୟନ୍ତ୍ରଣ ପାଇଁ ପଦକ୍ଷେପକୁ ଜୋରଦାର କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ସ୍ଥିତି ଉପରେ ସମୀକ୍ଷା କରିବା ସହ ଏହାର ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବନ୍ୟା ଛାଡ଼ିବା ପରେ ଦିଲ୍ଲୀରେ ବିଗୁଡୁଛି ସ୍ଥିତି
ବଢ଼ିବାରେ ଲାଗିଛି ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ମାମଲା
ସପ୍ତାହକରେ ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ
ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସର୍ବାଧିକ ୧୧ରୋଗୀ
କାରୋଲ ବାଗ, ନଜଫଗଡ଼ ଏବଂ ଶାହଦରାରେ ୫ଟି ଲେଖାଏଁ ମାମଲା
ସେପ୍ଟେମ୍ବରରେ ମୋଟ ୧୨୦ ଡେଙ୍ଗୁ, ୬୨ ମ୍ୟାଲେରିଆ ୯ଚିକୁନଗୁନିଆ ମାମଲା ପଞ୍ଜିକୃତ
ମାମଲା ବଢ଼ୁଥିବା ବେଳେ ସତର୍କତାମୂଳକ ପଦକ୍ଷେପ ନେଉଛି ସ୍ବାସ୍ଥ୍ୟ ବିଭାଗ
ବିଭିନ୍ନ ସ୍ଥାନରେ ଫଗିଂ, ମଶା ପ୍ରଜନନ ନିୟନ୍ତ୍ରଣ ଉପରେ ପଦକ୍ଷେପ
ରୋଗୀମାନଙ୍କୁ ସତର୍କତା ସ୍ୱରୂପ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ
ସ୍ଥିତି ଉପରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/18/health-2025-09-18-09-04-13.jpg)