କନକ ବ୍ୟୁରୋ: ବରଗଡ ଜିଲ୍ଲା ଅମ୍ବାପାଲିରେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି । ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜଣେ ବୃଦ୍ଧା ଜେସିବି ଉପରେ ବସି ପ୍ରତିବାଦ କରିଛନ୍ତି । ବୃଦ୍ଧା ଜଣକ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି । ଯେଉଁମାନେ ସରକାରୀ ଜମିରେ ଘର ନିର୍ମାଣ କରିଛନ୍ତି, ତାଙ୍କୁ କିଛି ଦିନ ଆଗରୁ ନୋଟିସ୍ ଦିଆଯାଇଥିଲା। ଘର ସବୁ ଖାଲି କରିବା ପାଇଁ ପ୍ରଶାସନ ନୋଟିସ୍ କରିଥିଲେ ବି ଜବରଦଖଲକାରୀ ମାନେ ଘର ଛାଡିବାକୁ ମନା କରୁଛନ୍ତି। ଏଥିସହ ଜେସିବି ସାମ୍ନାରେ ଛିଡା ହୋଇ ପ୍ରତିବାଦ କରୁଛନ୍ତି। ଫଳରେ ନାକେଦମ୍ ହୋଇଛି ପ୍ରଶାସନ। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ, ପୌରପରିଷଦ ଅଧିକାରୀ ଓ ପୋଲିସ ଉପସ୍ଥିତ ରହିଛନ୍ତି।
ଜବରଦଖଲ ବେଳେ ହୃଦୟ ବିଦାରକ ଦୃଶ୍ୟ: ଘର ଭାଙ୍ଗିବାକୁ ଆସିଥିବା ଜେସିବି ଉପରେ ବସି ନେହୁରା ହେଲେ ବୃଦ୍ଧା
ବରଗଡ ଜିଲ୍ଲା ଅମ୍ବାପାଲିରେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜଣେ ବୃଦ୍ଧା ଜେସିବି ଉପରେ ବସି ପ୍ରତିବାଦ କରିଛନ୍ତି।
/kanak/media/media_files/2024/12/26/gmwwPGfbOKHHewkeGqIx.jpg)