କନକ ବ୍ୟୁରୋ: ଡେକ୍ଚି ଭିତରେ ପଶି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର । ଅକାତ ପାଣିରେ ଜୀବନ ସହ ଯୁଦ୍ଧ । ବର୍ଷା ଦିନେ ହାତରେ ଜୀବନ ନେଇ ନଈ ପାର ହେଉଛନ୍ତି ବଡଘାଟର ଗ୍ରାମବାସୀ । ମାଲକାନଗିରି ଜିଲା ଗୋବିନ୍ଦପାଲି ପଞ୍ଚାୟତରୁ ଆସିଛି ଏଭଳି ସଂଘର୍ଷର କାହାଣୀ । ପୋଲ ନ ଥିବାରୁ ଦୀର୍ଘ ବର୍ଷ ହେବ ଡେକ୍ଚି ଧରି ନଦୀର ପ୍ରଖୋରତାର ସୁଅକୁ କାଟି ନଦୀ ପାରି ହେଉଛନ୍ତି ଲୋକେ । ଗୋବିନ୍ଦପାଲି ବଡଘାଟରେ ପିଲାଠୁ ବଡ଼ ସମସ୍ତେ ଏମିତି ନିତିଦିନ ନଦୀ ପାର ହେଉଛନ୍ତି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏପଟେ ଗୋବିନ୍ଦପାଲିକୁ ଆସିବାକୁ ଅନ୍ୟ ଏକ ରାସ୍ତା ରହିଛି । ୧୦ କିଲୋମିଟର ଅଧିକ ଦୂର ହେଉଥିବାରୁ ନଦୀ ଦେଇ ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ।
ଅକାତ ପାଣିରେ ଜୀବନ ସହ ଯୁଦ୍ଧ: ହାଣ୍ଡିରେ ବସି ଭରା ନଈ ହେଉଛନ୍ତି ପାର
ମାଲକାନଗିରି ଜିଲା ଗୋବିନ୍ଦପାଲି ପଞ୍ଚାୟତରୁ ଆସିଛି ଏଭଳି ସଂଘର୍ଷର କାହାଣୀ । ପୋଲ ନ ଥିବାରୁ ଦୀର୍ଘ ବର୍ଷ ହେବ ଡେକ୍ଚି ଧରି ନଦୀର ପ୍ରଖୋରତାର ସୁଅକୁ କାଟି ନଦୀ ପାରି ହେଉଛନ୍ତି ଲୋକେ ।
/kanak/media/media_files/2025/07/29/24-2025-07-29-11-15-10.jpg)