କନକ ବ୍ୟୁରୋ : କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କସବାଦୀ) ଦଳର ଜାତୀୟ ମହାସଚିବ ସୀତାରାମ ୟେୁଚୁରୀ ଆଜି ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସାରା ଦେଶରୁ ଶୋକର ବାର୍ତ୍ତା ଛୁଟୁଛି । ହେଲେ ତାଙ୍କର କାର୍ଯ୍ୟକଳାପ, ଆଦର୍ଶପ୍ରତି ଥିବା ଅଙ୍ଗୀକାରବଦ୍ଧତା ତାଙ୍କୁ ଚିରସ୍ମରଣୀୟ କରିବ । 

ରାଜନୀତିକୁ ସୀତାରାମ ୟେଚୁରୀ ସିଧାସଳଖ ଆସିନଥିଲେ । ଛାତ୍ର ରାଜନୀତିରୁ ରାଜନୀତିର ମୁଖ୍ୟସ୍ରୋତରେ ସେ ସାମିଲ ହୋଇଥିଲେ । ୧୯୭୦ ମସିହାରେ ଗଠନ ହୋଇଥିବା ଭାରତୀୟ ଛାତ୍ର ସଂଗଠନ ବା ଏସଏଫଆଇ ଜଣେ ସାଧାରଣ ସଦସ୍ୟ ଭାବେ ସେ ରାଜନୀତି ଆରମ୍ଭ କରିଥିଲେ । ଏହି ଛାତ୍ର ସଂଗଠନ ୧୯୭୦ ମସିହାରେ ଗଠନ ହୋଇଥିଲା ଓ ଏହାର ମୁଳ ଲକ୍ଷ୍ୟ ଥିଲା ସ୍ୱାଧୀନତା, ଗଣତନ୍ତ୍ର ଓ ସମାଜବାଦ । 

ଏସଏଫଆଇ ଗଠନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ କେବଳ ବାମଦଳ ଶାସିତ କେରଳ ଓ ପଶ୍ଚିମବଙ୍ଗର ବାମ ଛାତ୍ରନେତାମାନେ ଏହି ଛାତ୍ର ସଂଗଠନର ଜାତୀୟ ସଭାପତି ହୋଇପାରୁଥିଲେ । ହେଲେ ପ୍ରଥମଥର ପାଇଁ ଏହି ରେକର୍ଡ ଭାଙ୍ଗିଥିଲେ ସୀତାରାମ ୟେଚୁରୀ । ଏହାସହ ସେ ଏଭଳି ଜଣେ ବାମପନ୍ଥୀ ନେତା ଯେ କି, କୌଣସି ଜିଲ୍ଲା କିମ୍ବା ରାଜ୍ୟ ଶାଖାର ନେତୃତ୍ୱ ନେଇନଥିଲେ । ୩୨ ବର୍ଷ ବୟସରେ ସେ ସିଧାସଳଖ ସିପିଆଇଏମର କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ ଓ ୪୦ ବର୍ଷ ବୟସରେ ଦଳ ତାଙ୍କର କାର୍ଯ୍ୟଦକ୍ଷତା ଦେଖି ତାଙ୍କୁ ପଲିଟବ୍ୟୁରୋ ସଦସ୍ୟ ଭାବେ ମନୋନୀତି କରିଥିଲା । ୨୦୧୫ ମସିହା ଠାରୁ କ୍ରମାଗତ ଭାବେ ସେ ୩ ଥର ଦଳର ସାଧାରଣ ସଂପାଦକ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ହେଲେ ସେ ସଂପାଦକ ଥିବା ବେଳେ ଦଳର ପ୍ରଦର୍ଶନ ନୈରାସ୍ୟଜନକ ଥିଲା । 

କେବଳ ସେତିକି ନୁହେଁ ୨୦୦୫ ରୁ ୨୦୨୭ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସାଂସଦ ଥିଲେ । ସେ ଜେଣ ଦକ୍ଷ ସାଂସଦ ଭାବେ ରାଜନୈତିକ ଭାଷଣକୁ ହାସ୍ୟ ଓ ବୁଦ୍ଧିରେ କଟାକ୍ଷ କରିପାରୁଥିଲେ । ଅଧିକାଂଶ ସମୟରେ ସେ ସଦସ୍ୟମାନଙ୍କୁ ଇତିହାସର ଉଦାହରଣ ଦେଇ ବର୍ତମାନ ବିଷୟରେ କହିବାକୁ ଚେଷ୍ଟା କରୁଥିଲେ ।