କନକବ୍ୟୁରୋ : ସୁପ୍ରିମ୍‌କୋର୍ଟ ଗୁଜରାଟର ଜାମନଗରସ୍ଥିତ ବନତାରା ଅଭୟାରଣ୍ୟ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ବା ଏସ୍‌ଆଇଟି ଗଠନ କରାଯାଇଛି ।  ପରିବେଶ, ବନ୍ୟଜନ୍ତୁ ଏବଂ ଆର୍ଥିକ ନିୟମ ଉଲ୍ଲଂଘନ ସମ୍ପର୍କିତ ଏକାଧିକ ଆବେଦନ ଓ ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । 

Advertisment

ଏସ୍‌ଆଇଟିରେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ରାଘବେନ୍ଦ୍ର ଚୌହ୍ବାନ, ପୂର୍ବତନ ମୁମ୍ବାଇ ପୁଲିସ କମିସନର ହେମନ୍ତ ନାଗ୍ରାଲେ ଏବଂ ଅତିରିକ୍ତ କମିସନର ଅନୀଶ ଗୁପ୍ତା ସାମିଲ ଅଛନ୍ତି ।  ଏହି ଦଳକୁ ପଶୁ ଅଧିଗ୍ରହଣ, ଆଇନ ପାଳନ, ପଶୁ କଲ୍ୟାଣ  ଏବଂ ଆର୍ଥିକ ଅନିୟମିତତା ସମ୍ପର୍କିତ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ, ସି ଆଇଟିଇଏସ୍‌ ପରିଚାଳନା କର୍ତ୍ତୃପକ୍ଷ, ପରିବେଶ ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାର ଏହି ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।