କନକ ବ୍ୟୁରୋ : ଦାରିଦ୍ର୍ୟତା ଯେତେବେଳେ ବଇରୀ ସାଜି ଭାଇକୁ ଉଉଣୀ ଠାରୁ ଛଡେଇ ନେଇଛି । ସେତେବେଳେ ମୃତ ଭାଇ ପାଇଁ ଗାଁ ଗାଁ ବୁଲି ଭିକ୍ଷା ସଂଗ୍ରହ କରୁଛି ଭଉଣୀ । ଟଙ୍କାଏ ଟଙ୍କାଏ ଯୋଗାଡ କରିବାରେ ଲାଗିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଖବର ।

Advertisment

ଜଣେ ଅସହାୟ ମହିଳା ଦୁଇ କୁନିକୁନି ଶିଶୁଙ୍କୁ ସାଙ୍ଗରେ ଧରି ଘର ଘର ବୁଲୁଛନ୍ତି । ଭିକ୍ଷା କରୁଛନ୍ତି । ଅଭାବ କାରଣରୁ ଭିକ୍ଷାବୃତ୍ତି କରୁଛନ୍ତି ତା ନୁହେଁ । ହେଲେ ଏଠି ଭୋକ ଅଛି ସତ କିନ୍ତୁ ଏ ଭିକ ଭୋକ ପାଇଁ ନୁହେଁ । ନିଜେ ବଞ୍ଚିବା ପାଇଁ ନୁହେଁ । ମୃତ ଭାଇର ଶୁଦ୍ଧିକ୍ରିୟା ପାଇଁ । ନୀଳଗିରି ବ୍ଲକ ଉଡ଼ାପଦା ଗାଁର ଝୁନୁ ବିନ୍ଧାଣୀ । ୫ ଦିନ ତଳେ ତାଙ୍କ ଭାଇ ରମେଶ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଛି । ଅର୍ଥ ଅଭାବରୁ ଭାଇକୁ ପୋଡ଼ି ନପାରି ବାଧ୍ୟ ହୋଇ ପାହାଡ଼ ପାଖରେ ପୋତି ଦେଇଛନ୍ତି ।

ସ୍ୱାମୀ ଛାଡ଼ି ଦେବା ପରେ ୪ ଜଣ ଭଣଜା ଭାଣେଜୀ ଓ ଅସହାୟ ଭଉଣୀର ସାହାରା ସାଜିଥିଲେ ଭାଇ । ଅର୍ଥାଭାବରୁ ସେଇ ଭାଇକୁ ବଞ୍ଚାଇ ପାରିଲେନି । ମୃତ୍ୟୁ ପରେ ଶବ ପୋଡ଼ିବା ପାଇଁ କାଠ କିଣି ପାରିନଥିଲେ । ହେଲେ ଭାଇର ଶୁଦ୍ଧିକ୍ରିୟା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏବେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ଭଉଣୀ ଓ ଭାଣେଜୀ । ଟଙ୍କାଏ ଟଙ୍କାଏ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି ।