କନକ ବ୍ୟୁରୋ : ଆଣ୍ଡରସନ୍ -ତେନ୍ଦୁଲକର ଟେଷ୍ଟ ସିରିଜ୍ ଡ୍ର ରେ ଶେଷ ହେଲା।  ୫ଟି ଟେଷ୍ଟ ମ୍ୟାଚରେ ଅନେକ ରୋମାଞ୍ଚ ଦେଖିବାକୁ ମିଳିଥିଲା କେତେବେଳେ ଭାରତର ପଲ୍ଲା ଭାରି ଥିଲା ପୁଣି କେତେବେଳେ ଘରୋଇ ଦଳ ଆଗକୁ ମାଡ଼ି ଚାଲୁଥିଲା । ଏବେ ଆଲୋଚନା କରିବା ଅନ୍ତିମ ଟେଷ୍ଟରୁ ଅର୍ଥାତ୍‌ ଟିମ୍ ଇଣ୍ଡିଆର ଓଭାଲରେ ବୋବାଲରୁ ..

Advertisment

କରିସ୍ମା, ଲକ୍, କିସମତ୍ ଯାହା ବି ଆପଣ କହିପାରିବେ ହେଲେ ଏହାଠୁ ବଢ଼ିକି ଆଉ ଏକ ଶବ୍ଦ ଅଛି ‘ପରିଶ୍ରମ ସହ ଆତ୍ମବିଶ୍ବାସ’। କିଏ ଜାଣିଥିଲା ଇଂଲଣ୍ଡ ମାତ୍ର ୩୫ରନ କରିବାକୁ ସଂଘର୍ଷ କରିବ ,ହେଲେ ଆତ୍ମବିଶ୍ବାସ ହିଁ ଭାରତକୁ ବିଜୟକୁ ଅଗ୍ରସର କରିଥିଲା । ଏବେ ନଜର ପକାଇବା ସେହି ବୋଲରଙ୍କ ଉପରେ ଯିଏ ଇଂଲଣ୍ଡରେ ସମାଲୋଚନାର ଶିକାର ହୋଇଥିଲେ , ଇଂଲଣ୍ଡ ଖେଳାଳି ତାଙ୍କୁ ରୀତିମତ ସ୍ଲେଜିଂ କରୁଥିଲେ। ହେଲେ ପ୍ରଦର୍ଶନରେ କିନ୍ତୁ ଟିକେ ବି ପ୍ରଭାବ ପଡ଼ିନଥିଲା। ଆମେ କହୁଛୁ ଭାରତୀୟ ସ୍ପିଡଷ୍ଟାର ମହମ୍ମଦ ସିରାଜଙ୍କ କଥା । ଯେଉଁଠି ବୁମରାହଙ୍କ ଭଳି ମ୍ୟାଚ ୱିନର ମ୍ୟାଚରେ ନଥିଲେ ସେଠି ସିରାଜ ଦେଖାଇଦେଲେ , ବୁମରାହ ନଖେଳିଲେ ବି ଭାରତ ମ୍ୟାଚ୍‌ ଜିତିପାରେ । ପୂରା ସିରିଜରେ ସିରାଜ ପ୍ରେସରରେ ଥିଲେ ୱିକେଟ ନେବାର ଚିନ୍ତା ଥିଲା ଅନ୍ୟପଟେ ବୁମରାହ ନ ଖେଳିବାର ପ୍ରେସର ବି ଥିଲା କାରଣ, ବୁମରାହଙ୍କ ପରେ ସିରାଜ ହିଁ ଅଭିଜ୍ଞ ଫାଷ୍ଟ ବୋଲର। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ସିରାଜଙ୍କୁ ଭୂୟସୀ ପ୍ରଶଂସା କରି କହିଛନ୍ତି, କାମ ବୋଝ ସମସ୍ୟା କିଛି ନଥାଏ,ଯେତେବେଳେ ଆପଣ ଦେଶ ପାଇଁ ଖେଳିଥାନ୍ତି ସେ ସମୟରେ ପୀଡ଼ା, ହାଲିଆକୁ ଭୁଲି ଯିବା ଉଚିତ; ଯାହା ସିରାଜ କରି ଦେଖାଇଛନ୍ତି । ଯେତେବେଳେ ନିର୍ଣ୍ଣାୟକ ଟେଷ୍ଟରେ ବୁମରାହ ଖେଳିଲେନି ମ୍ୟାନେଜମେଣ୍ଟ କହିଲା ୱାର୍କଲୋଡ ଅଧିକ ହେଇଯାଉଛି ହେଲେ ଡିଏସପି ସିରାଜ ପଛକୁ ହଟିନଥିଲେ ..କଷ୍ଟ ହେଉଥିଲା..ବ୍ୟାଟିଂରେ ଦେହରେ ବଲ ବାଜୁଥିଲା ହେଲେ ସିରାଜ ନ ଡରି ଛିଡାହୋଇ ରହିଥିଲେ । ଛୋଟ ବେଳୁ ସିରାଜ ହାର ମାନୁନଥିବା ପ୍ରତିଭାର ଅଧିକାରୀ ଥିଲେ। ସେଥିପାଇଁ ତ ହାଇଦ୍ରାବାଦରେ ଟେନିସ୍ ବଲ୍‌ରୁ ଟିମ ଇଣ୍ଡିଆରେ ପହଞ୍ଚି ପାରିଥିଲେ । ସିରାଜଙ୍କ ଭାଇ ମହମ୍ମଦ ଇସ୍ମାଇଲ କହିଛନ୍ତି, ଫୁଟବଲର୍‌ କ୍ରିଷ୍ଟିଆନ୍ ରୋନାଲଡୋଙ୍କ ଠାରୁ ସିରାଜ ପ୍ରେରଣା ପାଉଥିଲେ ଆଉ କୋହଲିଙ୍କ ଠାରୁ ସହଯୋଗ ମିଳୁଥିଲା । ସିରାଜଙ୍କ ଫିଟନେସ୍ ଉପରେ  ଇସ୍ମାଇଲ କହିଛନ୍ତି, ପିଜା, ବର୍ଗର, ଜଙ୍କଫୁଡ ବା ବିରିୟାନୀ ଆଉ ଖାଉନାହାନ୍ତି । ଦୁଇ ଭାଇଙ୍କ ଫୋନ୍ ରେ କଥା ହୋଇଥିବା ସିରାଜ କହିଛନ୍ତି , ଭାଇ ଦେହ ବହୁତ ଥକି ଯାଇଛି ।