କନକବ୍ୟୁରୋ : ବର୍ମିଂହାମରେ ଭାରତର ବଡ଼ ବିଜୟ, ସିରିଜ୍ ବରାବର ।  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିଲା । 

Advertisment

ଏହି ମ୍ୟାଚ୍ ରେ ଭାରତୀୟ ଦଳ ୩୩୬ ରନରେ ବିଜୟୀ ହୋଇଛି ।  ଏହି ମ୍ୟାଚ୍ ରେ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୬୦୮ରନର ଟାର୍ଗେଟ ମିଳିଥିଲା । ଏହାକୁ ପିଛା କରି ଆୟୋଜକ ଦଳ ଖେଳର ପଞ୍ଚମ ଦିନର ଦ୍ୱିତୀୟ ଇନିଂସରେ ୨୭୧ ରନରେ ଅଲଆଉଟ୍ ହୋଇଯାଇଛି  । 

ଭାରତ ପକ୍ଷରୁ ଆକାଶ ଦୀପ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ସର୍ବାଧିକ ୬ଗୋଟି ୱିକେଟ୍ ନେଇଛନ୍ତି । ଭାରତ ପ୍ରଥମ ଥର ପାଇଁ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ୍ ଜିତିଛି। ପୂର୍ବ ଭାରତୀୟ ଦଳ ଜୁଲାଇ ୧୯୬୭ ମସିହାରେ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳିଥିଲା  , ଯେଉଁଥିରେ ଏହାକୁ ୧୩୨ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ୫୮ ବର୍ଷ ପରେ ବର୍ମିଂହାମରେ ବଡ଼ ବିଜୟ ହାସଲ କରିଛି ଭାରତ   ।