ସାର୍ ଦେଲେ ପରୀକ୍ଷା: ବିବାଦ ପରେ ହେଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା

ବହୁ ବିବାଦ ପରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଛି । ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ପରୀକ୍ଷା ଦେଇଛନ୍ତି । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ହୋଇଥିବା ବେଳେ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏଁ ଦ୍ୱିତୀୟ ସିଟିଂ ହୋଇଥିଲା ।

7PM4

Photograph: (kanak news)

କନକ ବ୍ୟୁରୋ: ଅନ୍ୟ ଦିନମାନଙ୍କରେ ସେମାନେ ସ୍କୁଲରେ ନିଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି । ହେଲେ ସେମାନେ ନିଜେ ଆଜି ପରୀକ୍ଷାର୍ଥୀ ପାଲଟିଥିଲେ । ପରୀକ୍ଷା ହଲରେ ବସି ପ୍ରଶ୍ନପତ୍ରର ଉତ୍ତର ଲେଖିଥିଲେ । ବହୁ ବିବାଦ ପରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଛି । ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ପରୀକ୍ଷା ଦେଇଛନ୍ତି । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ହୋଇଥିବା ବେଳେ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏଁ ଦ୍ୱିତୀୟ ସିଟିଂ ହୋଇଥିଲା । ତ୍ରୁଟି ଶୂନ୍ୟ ପରୀକ୍ଷା ପାଇଁ ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆରକୋଡ ଓ ୱାଟର ମାର୍କ ବ୍ୟବସ୍ଥା କରାଯାଇଥିଲା । 

କଡ଼ା ସୁରକ୍ଷା ଭିତରେ କରାଯାଇଛି ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନାକୁ ନେଇ ଡିଜିଟାଲ ଲକିଂ ବ୍ୟବସ୍ଥା ହୋଇଥିଲା। ଜିପିଏସ୍‌ ଟ୍ରାକିଂର ବ୍ୟବସ୍ଥା ରହିଥିବା ବେଳେ କଂଣ୍ଟ୍ରୋଲ ରୁମ୍‌ରୁ ପରୀକ୍ଷା କେନ୍ଦ୍ର ଏବଂ ପ୍ରଶ୍ନପତ୍ର ଉପରେ କଡ଼ା ନଜର ରଖାଯାଇଥିଲା। କଣ୍ଟ୍ରୋଲ ରୁମ୍‌ରୁ ପରୀକ୍ଷାକୁ ନିୟନ୍ତ୍ରଣ କରାଯାଇଛି। 

ପୂର୍ବରୁ ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ଦୁଇ ଥର ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ଶିକ୍ଷକମାନେ ଓଟିଇଟି ପରୀକ୍ଷା ଦେବାକୁ ଆସିବାରୁ କିଛି ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe