ନିୟମ ହେଉଛି, ମାନୁଛି କିଏ? ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ, ସବୁଠି ସମାନ ସ୍ଥିତି

Advertisment

ବୈଠକ ହେଉ ବା ସଭା ସମିତି, ମନଇଚ୍ଛା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌ର ହେଉଥିଲା ବ୍ୟବହାର । ସମସ୍ତଙ୍କ ସାମ୍ନାରେ ନିୟମର ଧଜିଆ ଉଡ଼ୁଥିଲେ ମଧ୍ୟ ପ୍ରତିବାଦ କରିବାକୁ କେହି ନଥିଲେ। ସରକାରୀ ବାବୁଙ୍କ ଦସ୍ତଖତରେ ଆଇନ ଆସୁଥିଲା, ସରକାରୀ ଅଫିସରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିଲା। ଏବେ ପୂର୍ବ କଟକଣାକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । 

PETROL STORY

PETROL STORY Photograph: (KANAK NEWS)

କନକ ବ୍ୟୁରୋ: ସରକାରୀ ଅଫିସରେ ବ୍ୟବହାର ହୋଇପାରିବନି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲିଥିନ। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଏନେଇ ଅବଗତ କରିଛନ୍ତି। ହେଲେ ଏହି ନିୟମ ୬ ବର୍ଷ ତଳର। ୨୦୧୯ ଅକ୍ଟୋବରରେ ସରକାରୀ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟାନ୍ ହୋଇଥିଲା। କିନ୍ତୁ ନିୟମକୁ ଫୁ’ କରି ଉଡ଼ାଇ ଦେଇଥିଲେ ସରକାରୀ ବାବୁ।

ବୈଠକ ହେଉ ବା ସଭା ସମିତି, ମନଇଚ୍ଛା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌ର ହେଉଥିଲା ବ୍ୟବହାର । ସମସ୍ତଙ୍କ ସାମ୍ନାରେ ନିୟମର ଧଜିଆ ଉଡ଼ୁଥିଲେ ମଧ୍ୟ ପ୍ରତିବାଦ କରିବାକୁ କେହି ନଥିଲେ। ସରକାରୀ ବାବୁଙ୍କ ଦସ୍ତଖତରେ ଆଇନ ଆସୁଥିଲା, ସରକାରୀ ଅଫିସରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିଲା। ଏବେ ପୂର୍ବ କଟକଣାକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । 

ସରକାରୀ ବାବୁ କେବଳ ନିୟମ ପାଳନ କରୁନାହାନ୍ତି ତାହା ନୁହେଁ। ସାଧାରଣ ଲୋକ ମଧ୍ୟ ସରକାରୀ ନିୟମକୁ ମାନିବାକୁ ନାରାଜ। କିଛି ଦିନ ତଳେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ମିଳିବନି ବୋଲି ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ହେଲେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁଛି କିଏ? ଖୋଦ୍ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଏବେ ବି ପ୍ଲାଷ୍ଟିକ ଜାର୍‌ରେ ମିଳୁଛି ପେଟ୍ରୋଲ ଓ ଡିଜେଲ। ରାଜଧାନୀର ଛାତି ଉପରେ ପ୍ଲାଷ୍ଟିକ ବୋତଲରେ ଖୋଲାରେ ବିକ୍ରି ହେଉଛି ପେଟ୍ରୋଲ।

ସରକାର ନିୟମ କରୁଛନ୍ତି ସତ। ହେଲେ ନିୟମ ପାଳନ ହେଉଛି କେବଳ କାଗଜ କଲମରେ। ନିୟମ ଆଣିବା ପରେ ଏହା କାର୍ଯ୍ୟକାରୀ ହେଉଛି ନା ନାହିଁ ତାର ତଦାରଖ କରୁଛି କିଏ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe