ସିଙ୍ଗଲ୍ ମଦର୍‌ଙ୍କ ସନ୍ତାନଙ୍କୁ ପିତାଙ୍କ ପରିଚୟ ପଚରା ଯାଇପାରିବନି: ବମ୍ବେ ହାଇକୋର୍ଟ

Advertisment

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ବମ୍ବେ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କୌଣସି ଶିଶୁକୁ କେବଳ ତାଙ୍କ ମାଆ ପାଳନ କରୁଛନ୍ତି, ତେବେ ତାଙ୍କୁ ତାଙ୍କ ପିତାଙ୍କ ନାମ, ଉପନାମ କିମ୍ବା ଜାତି ସମ୍ପର୍କରେ ପଚରାଯାଇ ପାରିବ ନାହିଁ ।

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ବମ୍ବେ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କୌଣସି ଶିଶୁକୁ କେବଳ ତାଙ୍କ ମାଆ ପାଳନ କରୁଛନ୍ତି, ତେବେ ତାଙ୍କୁ ତାଙ୍କ ପିତାଙ୍କ ନାମ, ଉପନାମ କିମ୍ବା ଜାତି ସମ୍ପର୍କରେ ପଚରାଯାଇ ପାରିବ ନାହିଁ ।

21bbs_13_21022026_111

Photograph: (kanaknews)

କନକବ୍ୟୁରୋ : ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ବମ୍ବେ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କୌଣସି ଶିଶୁକୁ କେବଳ ତାଙ୍କ ମାଆ ପାଳନ କରୁଛନ୍ତି, ତେବେ ତାଙ୍କୁ ତାଙ୍କ ପିତାଙ୍କ ନାମ, ଉପନାମ କିମ୍ବା ଜାତି ସମ୍ପର୍କରେ ପଚରାଯାଇ ପାରିବ ନାହିଁ । କୋର୍ଟ କହିଛନ୍ତି, ପୁରୁଣା ପରମ୍ପରା ଉପରେ ଆଧାରିତ ଶିଶୁ ଉପରେ ପରିଚୟ ଲଦିବା ସମ୍ବିଧାନର ପରିପନ୍ଥୀ ହେବ। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି, ଜଣେ ସିଙ୍ଗଲ୍ ମଦର୍‌ଙ୍କୁ ପୂର୍ଣ୍ଣ ଅଭିଭାବକ ଭାବରେ ଗ୍ରହଣ କରିବା ସହାନୁଭୂତି ନୁହେଁ, ବରଂ ଏକ ସାମ୍ବିଧାନିକ ଅଧିକାର ।

କୋର୍ଟ କହିଛନ୍ତି, ଏହି ରାୟ ପିତୃକୈନ୍ଦ୍ରିକ ଚାପରୁ ସାମ୍ବିଧାନିକ ପସନ୍ଦ ଆଡ଼କୁ ପରିବର୍ତ୍ତନର ସଙ୍କେତ ଦେଉଛି ।  ଏକ ବିକାଶଶୀଳ ସମାଜରେ, ପିଲାର ପରିଚୟ ତାଙ୍କ ଜୀବନରେ ଉପସ୍ଥିତ ନଥିବା ପିତାଙ୍କ ସହିତ ଯୋଡ଼ିବା ପାଇଁ ସମାଜ ବାଧ୍ୟ କରିପାରିବ ନାହିଁ ଯେତେବେଳେ ପିଲାର ମା’ ପାଳନ ପୋଷଣର ସମ୍ପୂର୍ଣ୍ଣ ଭାର ବହନ କରୁଛନ୍ତି ।  ସ୍କୁଲ ରେକର୍ଡରେ ନାମ ଓ ଜାତି ପରିବର୍ତ୍ତନ ପାଇଁ ଜଣେ ୧୨ ବର୍ଷୀୟା ଝିଅ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଆବେଦନ ଅନୁଯାୟୀ, ଝିଅଟିର ମାଆ ଜଣେ ସିଙ୍ଗଲ୍ ମଦର୍‌ । ସେ ତାଙ୍କର ପ୍ରକୃତ ଅଭିଭାବକ । ସେ ପିଲାର ବାପାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ପରେ ଦୁଇ ପକ୍ଷ ଏକ ସମାଧାନରେ ପହଞ୍ଚିଥିଲେ, ଯେଉଁଥିରେ ମା ଝିଅଟିର ସ୍ଥାୟୀ ହେପାଜତ ରଖିବାକୁ ସର୍ତ୍ତ ରଖାଯାଇଥିଲା । ସ୍କୁଲ ଗତ ବର୍ଷ ଝିଅଟିର ନାମ ଓ ଜାତି ପରିବର୍ତ୍ତନ କରିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା । ଯାହା ଫଳରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ବମ୍ବେ ହାଇକୋର୍ଟଙ୍କର ଔରଙ୍ଗାବାଦ ବେଞ୍ଚରେ ଏହି ମାମଲା ଦାୟର ହୋଇଥିଲା। ଅଭିଯୁକ୍ତ ଜଣେ ଦୁଷ୍କର୍ମକାରୀଥିଲେ। ତାଙ୍କୁ ଦଣ୍ଡ ଦିଆଯାଇଛି। କିନ୍ତୁ ଦୁଷ୍କର୍ମ ଯୋଗୁ ଗର୍ଭବତୀ ହୋଇଥିବା ଯୁବତୀ ଗର୍ଭପାତ କରିନଥିଲେ। ସେ ଗର୍ଭସ୍ଥ ଶିଶୁକୁ ଦୁନିଆର ଆଲୋକ ଦେଖାଇଥିଲେ। ସେ ୧୨ ବର୍ଷ ଧରି ଏକାକୀ ତାକୁ ପାଳନପୋଷଣ କରି ଆସୁଛନ୍ତି। କିନ୍ତୁ ମାଆ ତାଙ୍କ ଝିଅକୁ ସ୍କୁଲ ପଠାଇବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ ସେମାନଙ୍କୁ ଝିଅର ବାପାଙ୍କ ନାମ ସେମାନଙ୍କ ରେକର୍ଡରେ ରଖିବାକୁ ପଡିବ। କିନ୍ତୁ ବମ୍ବେ ହାଇକୋର୍ଟ ସ୍କୁଲ କର୍ତ୍ତୃପକ୍ଷଙ୍କ କଠୋର ଏବଂ ପିତୃକେନ୍ଦ୍ରିକ ନିୟମକୁ ସମାଲୋଚନା କରି କହିଛନ୍ତି ଯେ, ନାବାଳିକା ଝିଅକୁ ତାଙ୍କ ବାପାଙ୍କ ପରିଚୟ ବହନ କରିବାକୁ ପଡିବ ନାହିଁ। ମାଆ ତାଙ୍କର ଏକମାତ୍ର ଅଭିଭାବକ ହେବେ। ମହାରାଷ୍ଟ୍ର ହାଇକୋର୍ଟ ମଧ୍ୟ ଝିଅକୁ କେବଳ ମାଆଙ୍କ ଉପନାମ ଓ ଜାତି ଉଲ୍ଲେଖ କରିବାକୁ ଅନୁମତି ଦେଇଛନ୍ତି।

ପିଲାମାନଙ୍କ ନାଗରିକ ମାନ୍ୟତା ଉଦ୍ଦେଶ୍ୟରେ ଜଣେ ସିଙ୍ଗଲ ମଦରଙ୍କୁ ପିତାମାତା ଭାବରେ ମାନ୍ୟତା ଦେବା ଏକ ଦାନ ନୁହେଁ। ବରଂ ଏହା ଏକ ସାମ୍ବିଧାନିକ ଅଧିକାର ବୋଲି ବିଚାରପତି ବିଭା କେ କାଙ୍କନୱାଡିଙ୍କ ଡିଭିଜନ ବେଞ୍ଚ ମତ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କେବଳ ମାଆ ହିଁ ଝିଅର ଅଭିଭାବକର ମାନ୍ୟତା ପାଇବାକୁ ହକଦାର ହେବେ। ମାଆଙ୍କ ସମ୍ପ୍ରଦାୟ ଅନୁଯାୟୀ, ଝିଅଟି ସରକାରୀ ଦଲିଲରେ ଜାତି ସ୍ଥାନରେ ମରାଠା ନ ଲେଖି ଅନୁସୂଚିତ ଜାତି ଭାବରେ ନିଜର ପରିଚୟ ପଞ୍ଜୀକୃତ କରିପାରିବ।

ଏହି ମାମଲାରେ, କୋର୍ଟ କହିଛନ୍ତି ଯେ, ରାଜ୍ୟ କୌଣସି ପିଲାକୁ ପିତାର ପରିଚୟ ବହନ କରିବାକୁ ବାଧ୍ୟ କରିପାରିବ ନାହିଁ। ବିଶେଷକରି ଯେତେବେଳେ ପିଲାଟି ଜଣେ ସିଙ୍ଗଲ ମଦର ଦ୍ୱାରା ପାଳିତ ହୋଇଥାଏ। ବିଚାରପତିମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଝିଅର ଜୈବିକ ପିତା ୨୦୨୨ ମସିହାରେ ଏକ ଚୁକ୍ତିନାମା ମାଧ୍ୟମରେ ପିଲାଟିର ଲାଳନାପଳନ ଛାଡ଼ି ଦେଇଥିଲେ। ତେଣୁ, ମାଆଙ୍କର ଏକମାତ୍ର ଅଧିକାର ଅଛି। ମା ଲାଳନପାଳନ, ଶିକ୍ଷା ଏବଂ ଭରଣପୋଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି। ପିତା କେବେ ବି କୌଣସି ଆଇନଗତ କିମ୍ବା ସାମାଜିକ ଦୃଷ୍ଟିରୁ ପିଲାଟିର ଜୀବନର ଅଂଶ ହୋଇନାହାନ୍ତି। ତେବେ ସେ କେବଳ କାଗଜପତ୍ରରେ କାହିଁକି ଜଣେ ଅଭିଭାବକ ହେବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe