କନକ ବ୍ୟୁରୋ : ରିଆଲିଟି ସୋ'କୁ ନେଇ ଗାୟକଙ୍କ ବିସ୍ଫୋରକ ବୟାନ । ଏଭଳି ବୟାନ ଶୁଣି  ସମସ୍ତେ ତାଜୁବ । କଣ ସତରେ ରିଆଲିଟି ସୋ'ରେ ଏପରି କରାଯାଏ ? ଏମିତି କିଛି ବୟାନ ଦେଇଛନ୍ତି ଲୋକପ୍ରିୟ ଗାୟକ ଶାନ୍‌ । ଶାନ୍‌ ଇଣ୍ତଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ । ରିଆଲିଟି ସୋ'ର ଦି ଭଏସ ଇଣ୍ତିଆ ଓ ସାରେଗାମାପା ଲିଟିଲ ଚାମ୍ପ ସମେତ ଅନେକ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ'ରେ ବିଚାରକ ଭାବେ ଦାୟିତ୍ବ ତୁଲାଇଛନ୍ତି । କିନ୍ତୁ ନିକଟରେ ଏକ ପୋଡକାଷ୍ଟରେ ରିଆଲିଟି ସୋ'କୁ ନେଇ ପ୍ରଶ୍ନ ପଚାରିବାରୁ ସେ ରିଆଲିଟି ସୋ'ର ସତ ବଖାଣିଛନ୍ତି ।

Advertisment

ଶାନ୍‌ କହିଛନ୍ତି କିଭଳି ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ବଢାଯାଇ ଏଡିଟ କରାଯାଏ ତାହାର ଖୁଲାସା କରିଛନ୍ତି ।  ଏଥିସହ ସେ କହିଛନ୍ତି ସୋ'ରେ କିଭଳି ବାସ୍ତବତା ଓ ସତ୍ୟକୁ ପରିବର୍ତ୍ତନ କରାଯାଏ ତାହା ମୁଁ ନିଜେ ଅନୁଭବ କରିଛି ।  ଆଉ ସେ ସମସ୍ତ କଥା ଅନୁଭବ ପରେ ରିଆଲିଟି ସୋ'ରୁ ନିଜକୁ ଦୂରେଇ ରଖିଲି ।  ଏଥିସହ ସେ ଆହୁରି କହିଛନ୍ତି ୨୦୧୮ ପରେ ରିଆଲିଟି ସୋ ନିର୍ମାଣ ପ୍ରକ୍ରିୟା କେମିତି ବଦଳିଯାଇଛି ମୁଁ ଏସବୁ ଅନୁଭବ କରିଛି ,କେବଳ ସଙ୍ଗୀତ ଭିତ୍ତିକ ,ସୋ'ର ଆଲୋଚନା କରି ସେ କହିଛନ୍ତି ଯେ ପ୍ରତିଯୋଗୀ ମାନେ ଲାଇଭ ସୋ'ରେ କେବଳ ଥରେ ମାତ୍ର ଗୀତ ଗାଆନ୍ତି ।

ସେମାନଙ୍କ ଗୀତକୁ ପୁଣି ଥରେ ଡବିଂ କରାଯାଏ । ମାତ୍ର ଥରେ ଗୀତ ଗାଇବା ପରେ ସେହି ଗୀତକୁ ଷ୍ଟୁଡିଓକୁ ନିଆଯାଏ । ପରେ ଏହାକୁ ସଂଶୋଧନ କରାଯାଏ । ସମସ୍ତଙ୍କ ପ୍ରର୍ଦଶନ ପ୍ରାୟ ସଠିକ ପିଚ୍‌ ଥାଏ ଯାହାକି ସମ୍ଭବ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ରିଆଲିଟି ସୋ'ରେ ବିଚାରକ ମାନେ ମଧ୍ୟ ଏପିସୋଡର ଶେଷ ଏଡିଟିକୁ ଧ୍ୟାନରେ ରଖି ସେମାନଙ୍କର ପ୍ରତିକ୍ରିୟା ଦିଅନ୍ତି । ଶାନ୍‌ ଏଥିସହ ଯୁକ୍ତି ବାଢିଥିଲେ ଯେ ପୂର୍ବରୁ ଯେତେବେଳେ ବିଷୟବସ୍ତୁକୁ ବାସ୍ତବ ରଖାଯାଉଥିଲା ସେତେବେଳେ ଏପରି ସୋ'ର ଟିଆରପି ବହୁତ ଭଲ ଥିଲା ।

ସେ ଆହୁରି କହିଛନ୍ତି ଯେ ପ୍ରାରମ୍ଭରେ ଯେତେବେଳେ ଏହି ଜିନିଷଗୁଡିକ ମୋ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଥିଲା ସେତେବେଳେ ମୋର କିଛି ସମସ୍ୟା ହୋଇଥିଲା । ଏଥିସହ ଏଠାରେ ଆମେ କହିରଖୁଛୁ ଯେ ଶାନ୍‌ , ଗତ କିଛିବର୍ଷ ହେବ ରିଆଲିଟି ସୋ କରୁନାହାନ୍ତି । ଇଣ୍ତିଆନ ଆଇଡଲ ୧୫ରୁ ଭାଇରାଲ ହୋଇଥିଲା ହେମା ମାଳିନୀଙ୍କ ଫଟୋ । ଏଥିରେ ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ ସୋ'ର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଧରିଥିବା ଦେଖିବାକୁ ମିଳିଥିଲା । ଯାହାପରେ ରିଆଲିଟି ସୋ ଉପରେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ