କନକ ବ୍ୟୁରୋ : ସିଙ୍ଗର ଜୁବିନ୍ ଗର୍ଗଙ୍କର ଦ୍ୱିତୀୟଥର ପାଇଁ ଆଜି ହେବ ପୋଷ୍ଟମର୍ଟମ । ଲୋକଙ୍କ ଦାବି ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ଘୋଷଣା କରିଛନ୍ତି । ଗୁଆହାଟୀ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ କରାଯିବ । ଆଜି ସକାଳ ୭ଟା ୩୦ ମିନିଟରେ ପୋଷ୍ଟମର୍ଟମ ପାଇଁ ସମୟ ସ୍ଥିର ହୋଇଛି । ଗୁଆହାଟୀ ଏମ୍ସ ଡାକ୍ତରୀ ଟିମ୍ର ତତ୍ତ୍ବାବଧାନରେ ଶବ ବ୍ୟବଚ୍ଛେଦ କରାଯିବ । କଣ୍ଠଶିଳ୍ପୀ ଜୁବିନ୍ ଗର୍ଗଙ୍କର ମୃତ୍ୟୁର ତଦନ୍ତ ଚାଲିଛି । ପୂର୍ବରୁ ସିଙ୍ଗାପୁରରେ ଶବ ବ୍ୟବଚ୍ଛେଦ ହୋଇଥିଲା । ତେବେ ଆଉ ଥରେ ଜୁବିନଙ୍କ ମୃତଦେହର ବ୍ୟବଚ୍ଛେଦ କରିବାକୁ ଲୋକେ ଅଡ଼ି ବସିବା ପରେ ଆସାମ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଆଜି ପୁଣିଥରେ ହେବ ଗାୟକ ଜୁବିନ୍ ଗର୍ଗଙ୍କର ଶବ ବ୍ୟବଚ୍ଛେଦ : ଆସାମ ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଆଜି ସକାଳ ୭ଟା ୩୦ ମିନିଟରେ ପୋଷ୍ଟମର୍ଟମ ପାଇଁ ସମୟ ସ୍ଥିର ହୋଇଛି । ଗୁଆହାଟୀ ଏମ୍ସ ଡାକ୍ତରୀ ଟିମ୍ର ତତ୍ତ୍ବାବଧାନରେ ଶବ ବ୍ୟବଚ୍ଛେଦ କରାଯିବ ।
/kanak/media/media_files/2025/09/23/zubeen-garg-2025-09-23-08-10-05.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)