ଆଗେଇ ଚାଲିଛନ୍ତି ମୈଥିଲି ଠାକୁର;  ହଟ୍ ସିଟରେ ଅଲିନଗର

ବିହାର ଭୋଟ ଗଣତିକୁ ନେଇ ରାଜନେତା ଯେତିକି ତତ୍ପର , ମନୋରଞ୍ଜନ ଦୁନିଆର ବ୍ୟକ୍ତିତ୍ବ ବି ସେତିକି ସଜାଗ । କାରଣ ଏଥର ପ୍ରଥମ ଥର ପାଇଁ ଏକାଧିକ ସେଲିବ୍ରିଟି ରାଜନୀତିରେ ନିଜ ଭାଗ୍ୟ ପରଖୁଛନ୍ତି । ଏଥିଭିତରୁ ସମସ୍ତଙ୍କ ନଜର ରହିଛି ଦରଭଙ୍ଗାର ଅଲିନଗର ଆସନ ।

22

maithili thakur Photograph: (kanakNews)

କନକ ବ୍ୟୁରୋ: ଆଜି ବିହାର ଭୋଟ ଗଣତିକୁ ନେଇ ରାଜନେତା ଯେତିକି ତତ୍ପର , ମନୋରଞ୍ଜନ ଦୁନିଆର ବ୍ୟକ୍ତିତ୍ବ ବି ସେତିକି ସଜାଗ । କାରଣ ଏଥର ପ୍ରଥମ ଥର ପାଇଁ ଏକାଧିକ ସେଲିବ୍ରିଟି ରାଜନୀତିରେ ନିଜ ଭାଗ୍ୟ ପରଖୁଛନ୍ତି । ଏଥିଭିତରୁ ସମସ୍ତଙ୍କ ନଜର ରହିଛି ଦରଭଙ୍ଗାର ଅଲିନଗର ଆସନ । ବିହାର ଭୋଟିଂର ପଞ୍ଚମ ରାଉଣ୍ଡ ଅନୁସାରେ ମୈଥିଲିଙ୍କୁ ମିଳିଛି ୧୯ ହଜାରରୁ ଭୋଟ୍ ।  

 ପୂରା ବିହାରରେ ଏନଡିଏ  ବହୁମତକୁ ଟପି ଅନେକ ଆଗକୁ ଆଗେଇସାରିଥିବାବେଳେ ଏବେଠୁ ଲୋକଙ୍କ ସେବା କରିବାକୁ ମୁଁ ପ୍ରସ୍ତୁତ ବୋଲି କହିସାରିଲେଣି ମୈଥିଲି ।  ସେ ଆହୁରି ମଧ୍ୟ କହିଛନ୍ତି , ’ମୁଁ ଜିତେ କି ହାରେ କିଛି ଫରକ୍ ପଡ଼ିବନି କିନ୍ତୁ ଏଇ ୩୦ ଦିନରେ ମୁଁ ଯେଉଁ ଅଭିଜ୍ଞତା ସାଉଁଟିଛି ତାହା କୌଣସି ବହିରୁ ପାଇନି । ଗତ ୩୦ ଦିନ ଭିତରେ ମୁଁ ଲୋକଙ୍କ ସହ ମିଶିଛି । ସେମାନଙ୍କ ଦୁଃଖସୁଖ ବୁଝିଛି । ଆଗରୁ ଗୀତ ଗାଇ ଲୋକଙ୍କ ମନକୁ ଶାନ୍ତ କରୁଥିଲି । ଯଦି ରାଜନୀତିରେ ଜିତେ ତାହେଲେ ବି ଲୋକଙ୍କ ସେବା ହିଁ କରିବି । ଗୀତରେ ମୋ ରାଜ୍ୟର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସତ ଚେଷ୍ଟା କରିଛି । ସେଥିପାଇଁ କେବେ ରାଜ୍ୟ ବାହାରକୁ ଯାଇ ରହିବାକୁ ଇଚ୍ଛା କରିନି । ଏବେ ରାଜନୀତିରେ ବି ମୋ ରାଜ୍ୟର ସଂସ୍କୃତି ସାଇତି ରଖିବାକୁ , ଏହାର ଐତିହ୍ୟକୁ ସମୃଦ୍ଧ କରିବାକୁ ଚେଷ୍ଟା କରିବି’ ।

ଏଥର ମୈଥିଲିଙ୍କ ଉପରେ ଜନତାଙ୍କ ଆଖି । କାରଣ ଏହି ନିର୍ବାଚନରେ ତାଙ୍କ ପାଇଁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ଆସି ଗାଁ ଗାଁରେ ଜନସଭା କରି ଭୋଟ ଅପିଲ କରିଥିଲେ ।ତେଣୁ ସନ୍ଧ୍ୟା ସୁଦ୍ଧା ତାଙ୍କ ଭାଗ୍ୟ କ’ଣ ହେଉଛି ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe