’ଚାଲୁ ଗୀତ ଗାଇବାକୁ ମୋତେ ଭଲ ଲାଗେନି’: ମନ କଥା କହିଲେ ଅନୁସୟା

Advertisment

ଏମିତି ସେମିତି ଚାଲୁ ଗୀତ ଗାଇବାକୁ ମୁଁ  ଭଲ ପାଏନି । ଗାଇବା ଆଗରୁ ଲିରିକ୍ସ ଦେଖେ । ଲିରିକ୍ସ ଭଲ ଥିଲେ ଗାଏ ନହେଲେ ନାହିଁ ।  ଯେଉଁ ଗୀତ ମୁଁ ମୋ ଛାତ୍ରଛାତ୍ରୀଙ୍କ , ପିଲାଙ୍କ ଆଗରେ ଗାଇପାରିବି ସେଭଳି ଗୀତକୁ ପସନ୍ଦ କରେ :ଅନୁସୟା ନାଥ

ଏମିତି ସେମିତି ଚାଲୁ ଗୀତ ଗାଇବାକୁ ମୁଁ  ଭଲ ପାଏନି । ଗାଇବା ଆଗରୁ ଲିରିକ୍ସ ଦେଖେ । ଲିରିକ୍ସ ଭଲ ଥିଲେ ଗାଏ ନହେଲେ ନାହିଁ ।  ଯେଉଁ ଗୀତ ମୁଁ ମୋ ଛାତ୍ରଛାତ୍ରୀଙ୍କ , ପିଲାଙ୍କ ଆଗରେ ଗାଇପାରିବି ସେଭଳି ଗୀତକୁ ପସନ୍ଦ କରେ :ଅନୁସୟା ନାଥ

45

କନକ ବ୍ୟୁରୋ: ଏକ ସାକ୍ଷାତକାରରେ ସଙ୍ଗୀତକୁ ନେଇ ମନ କଥା କହିଲେ କଣ୍ଠଶିଳ୍ପୀ ଅନୁସୟା ନାଥ । କହିଲେ ,’ ଗଣିତ ସହ ଗୀତ ମୋର ଜୀବନ । ହେଲେ ଏମିତି ସେମିତି ଚାଲୁ ଗୀତ ଗାଇବାକୁ ମୁଁ  ଭଲ ପାଏନି । ଗାଇବା ଆଗରୁ ଲିରିକ୍ସ ଦେଖେ । ଲିରିକ୍ସ ଭଲ ଥିଲେ ଗାଏ ନହେଲେ ନାହିଁ ।  ଯେଉଁ ଗୀତ ମୁଁ ମୋ ଛାତ୍ରଛାତ୍ରୀଙ୍କ , ପିଲାଙ୍କ ଆଗରେ ଗାଇପାରିବି ସେଭଳି ଗୀତକୁ ପସନ୍ଦ କରେ ।  ତେଣୁ ଲିରିକ୍ସ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ’। 
 

’ନିଜର ଗୋଟେ ପସନ୍ଦ ଅଛି । ଆମେ ସେଭଳି କାମ କରିବା ଯାହାକୁ କରିବା ପରେ ଆମକୁ ଆତ୍ମ ସନ୍ତୋଷ ମିଳୁଥିବ । ଗୀତ ବି ସେଭଳି ହେବା ଉଚିତ ଯାହା ଓଡ଼ିଶାର ସାହିତ୍ୟ , ସଂସ୍କୃତିକୁ ବଳ ଦେବ ଆଗେଇ ନେବ । ଜଗନ୍ନାଥ ସଂସ୍କୃତିର ପ୍ରଚାରରେ ସହାୟକ ହେବ ଏବଂ ଦେଶ ବିଦେଶରେ ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେବ’ ବୋଲି କହିଛନ୍ତି ଅନୁସୟା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe