କନକ ବ୍ୟୁରୋ: ଏକ ସାକ୍ଷାତକାରରେ ସଙ୍ଗୀତକୁ ନେଇ ମନ କଥା କହିଲେ କଣ୍ଠଶିଳ୍ପୀ ଅନୁସୟା ନାଥ । କହିଲେ ,’ ଗଣିତ ସହ ଗୀତ ମୋର ଜୀବନ । ହେଲେ ଏମିତି ସେମିତି ଚାଲୁ ଗୀତ ଗାଇବାକୁ ମୁଁ  ଭଲ ପାଏନି । ଗାଇବା ଆଗରୁ ଲିରିକ୍ସ ଦେଖେ । ଲିରିକ୍ସ ଭଲ ଥିଲେ ଗାଏ ନହେଲେ ନାହିଁ ।  ଯେଉଁ ଗୀତ ମୁଁ ମୋ ଛାତ୍ରଛାତ୍ରୀଙ୍କ , ପିଲାଙ୍କ ଆଗରେ ଗାଇପାରିବି ସେଭଳି ଗୀତକୁ ପସନ୍ଦ କରେ ।  ତେଣୁ ଲିରିକ୍ସ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ’। 
 
’ନିଜର ଗୋଟେ ପସନ୍ଦ ଅଛି । ଆମେ ସେଭଳି କାମ କରିବା ଯାହାକୁ କରିବା ପରେ ଆମକୁ ଆତ୍ମ ସନ୍ତୋଷ ମିଳୁଥିବ । ଗୀତ ବି ସେଭଳି ହେବା ଉଚିତ ଯାହା ଓଡ଼ିଶାର ସାହିତ୍ୟ , ସଂସ୍କୃତିକୁ ବଳ ଦେବ ଆଗେଇ ନେବ । ଜଗନ୍ନାଥ ସଂସ୍କୃତିର ପ୍ରଚାରରେ ସହାୟକ ହେବ ଏବଂ ଦେଶ ବିଦେଶରେ ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେବ’ ବୋଲି କହିଛନ୍ତି ଅନୁସୟା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/09/45-2025-10-09-17-43-01.jpg)