କନକ ବ୍ୟୁରୋ: ବିଜୟା ଦଶମୀରେ ସୁନ୍ଦୁର ଖେଳ । କୋଲକାତାର ବିଭିନ୍ନ ସ୍ଥାନରେ ମହିଳାମାନେ ଆଜି ସିନ୍ଦୁର ଖେଳିଛନ୍ତି । ମହିଳାମାନେ ଏକାଠି ହୋଇ ପରସ୍ପରର ମଥାରେ ସିନ୍ଦୁର ଲଗାଇଛନ୍ତି । ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ । ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି । 

Advertisment

ଏହି ସିନ୍ଦୁର ଖେଳ ଖେଳିଲେ ଅଖଣ୍ଡ ସୌଭାଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରାୟ ୪୫୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ପରମ୍ପରା ଆରମ୍ଭ ହୋଇଥିବା ଶୁଣିବାକୁ ମିଳେ । ଦଶହରା ଅବସରରେ ମା’ଦୁର୍ଗା ତାଙ୍କ ମାତାପିତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ସିନ୍ଦୁର ଖେଳ ମାଧ୍ୟମରେ ବିଦାୟ ଦିଆଯାଇଥିଲା ବୋଲି କୁହାଯାଏ । ତେଣୁ ଦଶହରା ଅବସରରେ ସବୁ ସଧବା ନାରୀ ମା’ଙ୍କ ମଥା ଓ ପାଦରେ ସିନ୍ଦୁର ଲଗାଇବା ପରେ ସୌଭାଗ୍ୟ ପ୍ରାପ୍ତି ପାଇଁ ସିନ୍ଦୁର ଖେଳିଥାଆନ୍ତି ।

ବିଜୟା ଦଶମୀ ଅବସରରେ କନ୍ୟା ପୂଜା କରିଛନ୍ତି ଯୋଗଗୁର ବାବା ରାମଦେବ । ଉତ୍ତରାଖଣ୍ଡରେ କନ୍ୟା ପୂଜା କରିଛନ୍ତି ବାବା ରାମଦେବ । କନ୍ୟାଙ୍କୁ ଦେବୀ ମା’ଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ । କନ୍ୟାଙ୍କୁ ପୂଜନ କରାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମ୍ପୂର୍ଣ୍ଣତା ଆସିଥାଏ । ଏହି ସମୟରେ ୯ ଜଣ କନ୍ୟାଙ୍କର ଉପସ୍ଥିତି ରହିବା ଆବଶ୍ୟକ । ଏହି ପୂଜା କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ, ଭୟ ଏବଂ ଶତ୍ରୁମାନେ ବି ନଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।