କନକ ବ୍ୟୁରୋ: ବାଲେଶ୍ବର ସୋରୋରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଲୁଟ୍ ଉଦ୍ୟମ କଲେ, ବିଫଳ ହେବା ପରେ ବ୍ୟାଙ୍କ ଜାଳିଦେଲେ । ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ ହୋଇଛି । ବିଳମ୍ବିତ ରାତିରେ ବ୍ୟାଙ୍କ ପଛପଟେ କାନ୍ଥ ଭାଙ୍ଗି ପଶିଥିଲେ ସିନ୍ଧି ଚୋର । ଏହାପରେ ବ୍ୟାଙ୍କର ଲକରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।
କିନ୍ତୁ ବିଫଳ ହେବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ଗାଡ଼ଇ ନିୟୋଜିତ ହୋଇଥିଲା । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରୁ ଚୋରଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ।