କନକ ବ୍ୟୁରୋ : ବିଧାନସଭାରେ ପଶୁ ପଶୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ବିଧାୟକ ଦଳ ବୈଠକକୁ କାହିଁକି ସନାତନ ଆସିନଥିଲେ, ସେ ସଂକ୍ରାନ୍ତରେ ସିଧା ପଚାରିଛନ୍ତି ନବୀନ। ଅସୁସ୍ଥ ଥିବା କାରଣରୁ ବୈଠକରେ ଯୋଗଦେଇନଥିବା ସମ୍ପର୍କରେ ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିନାହିଁ। ଏକାଧିକ ବାର ଏପରି ପ୍ରଶ୍ନ ପଚାରି ନବୀନ, ସନାତନଙ୍କୁ ଅପ୍ରସ୍ତୁତ କରି ପକାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ନବୀନ ସିଧାସଳଖ ଅଭିଯୋଗ କରିଚନ୍ତି ଗତକାଲି ଯଦି ଅସୁସ୍ଥ ଥିଲ, ଆଜି ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ କି? ନବୀନଙ୍କ ଏଭଳି ଉଗ୍ରରୂପ ଏବଂ ସବୁ ବିଧାୟକଙ୍କ ସାମ୍ନାରେ ଖୋଲା ଅସନ୍ତୋଷ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। 

Advertisment

ଭାଙ୍ଗିଯିବ କି ବିଜେଡି। ନେତାଙ୍କ ମେଳି ବଢାଇଲାଣି ମୁଖିଆଙ୍କ ଚିନ୍ତା। ଗଡ଼ ସମ୍ଭାଳିବା ଲାଗି ସାମ୍ନାକୁ ଆସିଲେଣି ନବୀନ। ଆଜି ସନାତନଙ୍କୁ ତାଗିଦ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସନାତନ ମହାକୁଡ ବିଜେପି ଆଡକୁ ମୁହାଁଉଥିବା ସନ୍ଦେହ କରୁଛନ୍ତି ସୁପ୍ରିମୋ। ଗତମାସରେ ବି ଦୁଇ ବରିଷ୍ଠଙ୍କୁ ଫୋନ କରି ପଚାରିଥିଲେ ନବୀନ ପଟ୍ଟନାୟକ। କାହିଁକି ମେଳି କରୁଥିଲେ ବୋଲି ପଚାରିଥିଲେ। ତେବେ ନବୀନଙ୍କୁ ଆଉ ଡରୁନାହାନ୍ତି କି ନେତା ଏଭଳି ପ୍ରଶ୍ନ ଉଠିଲାଣି। ଯାହା ବିଜେଡିରେ ଥିବା କନ୍ଦଳକୁ ଧରା ପକାଇଛି। ନିକଟରେ ୨୦ରୁ ଅଧିକ ନେତା ପୁଣି ଏକାଠି ହୋଇଥିଲେ। ଖୋର୍ଦ୍ଧା ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଏକାଠି ହୋଇଥିଲେ। ପ୍ରଶ୍ନ ଉଠିବାରୁ ନବୀନଙ୍କ ବିରୋଧରେ ମେଳି ନଥିବା ସଫେଇ ରଖିଥିଲେ। ନବୀନଙ୍କ ପାଖଲୋକଙ୍କ ବିରୋଧରେ ଦାନା ବାନ୍ଧୁଛି ଅସନ୍ତୋଷ। ନିକଟରେ ଢେଙ୍କାନାଳ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଫୋନ୍ ଯାଇଥିଲା। ନବୀନ କହିଥିଲେ, ଆପଣମାନେ ଏକାଠି ହେଉଥିବା ଗଣମାଧ୍ୟମ କହୁଛି। ଦଳ ପାଇଁ ଭୁଲ୍‌ ବାର୍ତ୍ତା ଯାଉଛି ବୋଲି ତାଗିଦ୍ କରିଥିଲେ ବିଜେଡି ମୁଖିଆ। ସେତେବେଳେ ଅସ୍ୱୀକାର କରିଥିଲେ ବରିଷ୍ଠ ନେତା, କହିଲେ ଦଳ ବିରୋଧରେ କାମ କରୁନାହାଁନ୍ତି। ନବୀନ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କୁ ବି ଫୋନ୍ କରିଥିଲେ। ସମାନ ଉତ୍ତର ମିଳିଥିଲା। ନବୀନ ନିବାସ ଆସି ଜବାବ ଦେଇଥିଲେ ନେତା। ନବୀନଙ୍କ ଫୋନକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନବୀନଙ୍କୁ କହି କେହି ଫୋନ୍ କରାଉଛନ୍ତି ବୋଲି ଧାରଣା ସୃଷ୍ଟି ହେଉଛି। କ୍ଷମତାରେ ଥିଲା ବେଳେ ନବୀନଙ୍କ ନାଁ ନେଇ କ୍ଷମତା କେନ୍ଦ୍ର ନାଲି ଆଖି ଦେଖାଉଥିଲେ।