୨୦୦୬ ରୁ ଲାଗୁ ହୋଇଥିଲେ ବି ବାଲ୍ୟ ବିବାହ ଆଇନର ଚାଲିଛି ଉଲଙ୍ଘନ । ୬ ବର୍ଷରେ ୮ ହଜାର ୧୫୯ ବାଲ୍ୟ ବିବାହ ହୋଇଥିବା ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର

Advertisment

 ବାଲ୍ୟବିବାହରେ ରୋକ ଲଗାଇବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ବାଲ୍ୟବିବାହ ନିରୋଧ ଅଧିନିୟମ, ୨୦୦୬ ଲାଗୁ କରାଯାଇଛି। ବ୍ଲକସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା କାର୍ୟ୍ୟକ୍ରମ ମାନ ହାତକୁ ନିଆଯାଉଛି। ପ୍ରତି ୩ ମାସରେ ବ୍ଲକ, ଗ୍ରାମ ପଞ୍ଚାୟତଗୁଡ଼ିକରେ ହେଉଛି ସଚେତନତା ସଭା। ସେହିପରି ପ୍ରତି ୬ମାସରେ ରାଜ୍ୟସ୍ତରରେ ପିସିଏମଏ କମିଟି ବୈଠକ ମଧ୍ୟ ଅନୁଷ୍ଠିତ କରାଯାଉଛି। ଏସବୁ ସତ୍ତ୍ବେ କାହିଁକି ବାଲ୍ୟ ବିବାହ ଭଳି ଅପରାଧରେ ଲାଗୁନି ରୋକ? ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ।

7PM6úZòúZ

କନକ ବ୍ୟୁରୋ : କାମରେ ଆସୁନି 'ବେଟି ବଚାଓ ବେଟି ପଢାଓ', 'କନ୍ୟା ରତ୍ନ' ଭଳି କାର୍ୟ୍ୟକ୍ରମ। ପ୍ରଶାସନର ନଜର ଆଢୁଆଳରେ ବେଧଡ଼କ ଚାଲିଛି ବାଲ୍ୟ ବିବାହ। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉତ୍ତର ବଢାଇଲା ଚିନ୍ତା। ବିଜେଡି ବିଧାୟକଙ୍କ  ପ୍ରଶ୍ନର ଉତ୍ତରରେ ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ଏହି ଅବଧିରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ଟି ବାଲ୍ୟବିବାହ ହୋଇଛି। ତାଲିକାର ଦ୍ବିତୀୟରେ ଥିବା ଗଞ୍ଜାମରେ ୯୬୬ଟି ଏବଂ କୋରାପୁଟରେ ୬୩୬ଟି ବାଲ୍ୟବିବାହ ହୋଇଛି। ଏସବୁ ବାଦ୍ ଗତ ୬ ବର୍ଷରେ ବିଭିନ୍ନ ସ୍ଥାନରୁ ୩୨୮ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। 

 ବାଲ୍ୟବିବାହରେ ରୋକ ଲଗାଇବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ବାଲ୍ୟବିବାହ ନିରୋଧ ଅଧିନିୟମ, ୨୦୦୬ ଲାଗୁ କରାଯାଇଛି। ବ୍ଲକସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା କାର୍ୟ୍ୟକ୍ରମ ମାନ ହାତକୁ ନିଆଯାଉଛି। ପ୍ରତି ୩ ମାସରେ ବ୍ଲକ, ଗ୍ରାମ ପଞ୍ଚାୟତଗୁଡ଼ିକରେ ହେଉଛି ସଚେତନତା ସଭା। ସେହିପରି ପ୍ରତି ୬ମାସରେ ରାଜ୍ୟସ୍ତରରେ ପିସିଏମଏ କମିଟି ବୈଠକ ମଧ୍ୟ ଅନୁଷ୍ଠିତ କରାଯାଉଛି। ଏସବୁ ସତ୍ତ୍ବେ କାହିଁକି ବାଲ୍ୟ ବିବାହ ଭଳି ଅପରାଧରେ ଲାଗୁନି ରୋକ? ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ।

ବାଲ୍ୟ ବିବାହ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଅନେକ ସାମାଜିକ ସଂଗଠନ କାମ କରୁଛନ୍ତି। ଏସବୁ ସତ୍ତ୍ବେ ବି ଜାରି ରହିଛି ଏଭଳି ଏକ ପ୍ରଥା। ଯାହାକି ଆଧୁନିକତା ସହ ତାଳ ଦେଇ ସମାଜକୁ ଆଗକୁ ନେବାରେ ବାଧକ ସାଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe