୨ ଦିନ ବନ୍ଦ ରହିବ ଶିମିଳିପାଳ ; ରାଜ୍ୟକୁ କାଳବୈଶାଖୀ ଭୟ

ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ।  

ଶିମିଳିପାଳ

ଶିମିଳିପାଳ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି। ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, ପୂର୍ବରୁ ପ୍ରବଳ ବର୍ଷା କାରଣରୁ ଗତ ବର୍ଷ ଅକ୍ଟୋବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ୨୮ ତାରିଖ ଯାଏ ବଢ଼ାଇ ଦିଆଯାଇଥିଲା। ଶିମିଳିପାଳର ପାହାଡ଼ିଆ ମାଟି ରାସ୍ତାରେ ପର୍ୟ୍ୟଟକଙ୍କ ଯାତାୟାତ ବେଳେ କୌଣସି ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe