କନକ ବ୍ୟୁରୋ: ଆଜି ବିଶ୍ୱ ହସ୍ତୀ ଦିବସରେ ମହେନ୍ଦ୍ରକୁ ଝୁରୁଛି ଶିମିଳିପାଳ । ସବୁଠାରୁ ବଡ଼ ସ୍ଥଳଚର ଜୀବ ହାତୀଙ୍କୁ ନେଇ ଜନସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶିମିଳିପାଳର ବୀର ପୁଅ ମହେନ୍ଦ୍ର ସହିତ ଶୋଭା ଓ ଭବାନୀକୁ କିଏ ବା' ଭୁଲିପାରିବ । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଶିମିଳିପାଳର ହିରୋ ‘ମହେନ୍ଦ୍ର’
ତାଲିମପ୍ରାପ୍ତ ଦନ୍ତା ହାତୀ
ମହେନ୍ଦ୍ରକୁ ଝୁରୁଛି ମୟୂରଭଞ୍ଜ
ଝୁରୁଛି ପ୍ରକୃତିରାଣୀ ଶିମିଳିପାଳ
୧୧ ଫୁଟ୍ ୬ ଇଞ୍ଚ ଉଚ୍ଚତା
ଖଣ୍ଡା ଭଳି ଲମ୍ବା ଲମ୍ବା ଦାନ୍ତ
ବିଶାଳକାୟ ଶରୀରର ଗଜରାଜ ଥିଲା ମହେନ୍ଦ୍ର
୨୦୦୧ରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହସ୍ତୀ ପ୍ରକଳ୍ପରୁ ଆସିଥିଲା
ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଶିମିଳିପାଳ ଆସିଥିଲେ
ମହେନ୍ଦ୍ରର କାର୍ଯ୍ୟ ଦକ୍ଷତା ଏବଂ କାର୍ଯ୍ୟଶୈଳୀ ସମସ୍ତଙ୍କଠୁ ନିଆରା
ଖଣ୍ଡିଏ ବାଉଁଶ ଶୁଣ୍ଢରେ ଧରି ଆଗେଆଗେ ଚାଲେ ମହେନ୍ଦ୍ର
ତାକୁ ଅନୁସରଣ କରି ପଛେପଛେ ଚାଲନ୍ତି ବନ କର୍ମଚାରୀ
ମହେନ୍ଦ୍ରର ନାଁ ଶୁଣିଲେ ଥରହର ହୁଅନ୍ତି ଶିକାରୀ ଓ କାଠ ମାଫିଆ
ଶିମିଳିପାଳ ଆସିବା ସମୟରେ ମହେନ୍ଦ୍ରକୁ ପ୍ରାୟ ୪୧ ବର୍ଷ ହୋଇଥିଲା
୨୦୦୯ ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ଶିମିଳିପାଳରେ ମାଓବାଦୀ ଆକ୍ରମଣ ହୋଇଥିଲା
ମହେନ୍ଦ୍ର ଦେହରେ ବାଜିଥିଲା ୮ ରାଉଣ୍ଡ ଗୁଳି ଓ ୨ଟି ତୀର
ମହେନ୍ଦ୍ର ଜୀବନ କାହାଣୀ
ଶିମିଳିପାଳ ତଥା ଓଡ଼ିଶା ପାଇଁ ୨୪ ବର୍ଷ ଦେଇଛି ମହେନ୍ଦ୍ର
୨୦୧୯ ଜାନୁଆରିରେ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ ହୋଇଥିଲା ମହେନ୍ଦ୍ର
୪ ବର୍ଷ ପରେ ମହେନ୍ଦ୍ର ପୁଣି ଫେରିଥିଲା ଶିମିଳିପାଳ
ବୟସ ଅଧିକ ହେବାରୁ ଅସୁସ୍ଥ ହୋଇପଡ଼ିଥିଲା ମହେନ୍ଦ୍ର
ଶିମିଳିପାଳ ଉତ୍ତର ଡିଭିଜନ୍ର ଚହଲା ଠାରେ ଚିକିତ୍ସା କରାଯାଉଥିଲା
ଚିକିତ୍ସାଧୀନ ଅବସ୍ଥାରେ ଚଳିତବର୍ଷ ଜାନୁଆରି ୧୨ ରାତିରେ ମହେନ୍ଦ୍ରର ମୃତ୍ୟୁ
ମୃତ୍ୟୁ ସମୟରେ ଭୂଇଁରେ ଆଣ୍ଠୁ ମାଡ଼ି ଶେଷ ନିଶ୍ୱାସ ତ୍ୟାଗ କରିଛି
ଯାହା ବୀରତ୍ବର ପରିଚୟ ବୋଲି କୁହାଯାଏ
ମୃତ୍ୟୁ ବେଳକୁ ମହେନ୍ଦ୍ରକୁ ୬୫ ବର୍ଷ
କର୍ଣ୍ଣାଟକରୁ ମହେନ୍ଦ୍ର ସାଙ୍ଗରେ ଆସିଥିବା ଶୋଭା, ଭବାନୀ ବି ପ୍ରାଣ ହରାଇ ସାରିଛନ୍ତି
ତାଲିମପ୍ରାପ୍ତ ହାତୀ ଭାବେ ଶିମିଳିପାଳରେ ଅଛନ୍ତି ରାଜକୁମାର ଏବଂ ଶିବାନୀ
ମହେନ୍ଦ୍ର ନାଁରେ ‘ଗଜରାଜ ମହେନ୍ଦ୍ର ଫରେଷ୍ଟ କଲୋନି’
ଯଶିପୁର ଠାରେ ବିଭାଗ ପକ୍ଷରୁ କଲୋନିର ନାମକରଣ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/12/17-2025-08-12-17-16-38.jpg)