କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦୁଇ ଵାଘୁଣୀ ଯମୁନା ଓ ଜିନ୍ନତକୁ ନେଇ ବଡ଼ ଖବର । ଉଭୟ ଯମୁନା ଓ ଜିନ୍ନତ ସୁସ୍ଥ ଅଛନ୍ତି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗନେନୀ ଏହି ସୂଚନା ଦେଇଛନ୍ତି । ଏବେ ଶିମିଳିପାଳିର ଲ୍ୟାଣ୍ଡସ୍କେପ୍ ଅର୍ଥାତ୍ ନୀଳଗିରିର କୁଲଡିହା ଅଭୟାରଣ୍ୟରେ ‘ଯମୁନା’ ବୁଲାବୁଲି କରୁଛି । ସେହିପରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଲରେ ରହିଛି ଜିନ୍ନତ୍ । ଜିନ୍ନତକୁ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି। ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଗୋଗିନେନୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us