କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦୁଇ ଵାଘୁଣୀ ଯମୁନା ଓ ଜିନ୍ନତକୁ ନେଇ ବଡ଼ ଖବର । ଉଭୟ ଯମୁନା ଓ ଜିନ୍ନତ ସୁସ୍ଥ ଅଛନ୍ତି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗନେନୀ ଏହି ସୂଚନା ଦେଇଛନ୍ତି । ଏବେ ଶିମିଳିପାଳିର ଲ୍ୟାଣ୍ଡସ୍କେପ୍ ଅର୍ଥାତ୍ ନୀଳଗିରିର କୁଲଡିହା ଅଭୟାରଣ୍ୟରେ ‘ଯମୁନା’ ବୁଲାବୁଲି କରୁଛି । ସେହିପରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଲରେ ରହିଛି ଜିନ୍ନତ୍ । ଜିନ୍ନତକୁ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି। ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଗୋଗିନେନୀ ।
ଶିମିଳିପାଳକୁ କେବେ ଫେରିବ ଜିନ୍ନତ ? ଫେରାଇଆଣିବାକୁ ଚେଷ୍ଟା ଚଳାଇଛି ବିନବିଭାଗ
ବାଘୁଣୀ ଜିନ୍ନତକୁ ନେଇ ବଢ଼ିଲା ଚିନ୍ତା। ଝାଡ଼ଖଣ୍ଡ ପରେ ଏବେ ପଶ୍ଚିମବଙ୍ଗ ପାଲଟିଛି ନୂଆ ଠିକଣା । ଶିମିଳିପାଳକୁ ଫେରାଇ ଆଣିବା ପାଇଁ ବନ ବିଭାଗର ଉଦ୍ୟମ । ସେପଟେ କୁଲଡିହା ଅଭୟାରଣ୍ୟରେ ବୁଲୁଛି ବାଘୁଣୀ ଯମୁନା।
/kanak/media/media_files/2024/12/22/jMordxLh9oThlj9he2PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)