୩ ଲକ୍ଷ ଟପିଲା ରୁପା କେଜି, ସେପଟେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩୯ ହଜାର ପାର୍

Advertisment

ଅଳଙ୍କାର ବଜାରରେ ନିଆଁ। ରୁପା କିଲୋ ୩ ଲକ୍ଷ ଟପିଲା। ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି।

ଅଳଙ୍କାର ବଜାରରେ ନିଆଁ। ରୁପା କିଲୋ ୩ ଲକ୍ଷ ଟପିଲା। ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି।

gold

Photograph: (kanak news)

କନକ ବ୍ୟୁରୋ: ଅଳଙ୍କାର ବଜାରରେ ନିଆଁ । ରୁପା କିଲୋ ୩ ଲକ୍ଷ ଟପିଲା । ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି। ସୋମବାର ବଜାର ଖୋଲିବା ମାତ୍ରେ ବହୁମୂଲ୍ୟ ଧାତୁଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ଗ୍ରାହକଙ୍କୁ ସ୍ତବ୍ଧ କରିଦେଇଛି । ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ ୧.୫ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ରୁପାର ମୂଲ୍ୟ କମିବାକୁ ନା ଧରୁନି । 

ଆହୁରି ପଢନ୍ତୁ :ଟଙ୍କା ଦିଅ ମେମ୍ବର ହୁଅ: ପିସ୍ ବୋର୍ଡ ସଦସ୍ୟ ହେବାକୁ ଭାରତକୁ ଟ୍ରମ୍ପଙ୍କ ନିମନ୍ତ୍ରଣ

ଚଳିତ ବର୍ଷର ପ୍ରଥମ ମାସରୁ ବଜାରରେ ହଇଚଇ ସୃଷ୍ଟି କରିଛି । ରୁପାର ମୂଲ୍ୟ ଏପର୍ୟ୍ୟନ୍ତ ପ୍ରତି କିଲେଗ୍ରାମ ୬୫,୬୧୪ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ୨୦୨୫ ଡିସେମ୍ବର ୩୧ ସୁଦ୍ଦା ୧ କିଲୋଗ୍ରାମ ରୁପାର ଦର ୨,୩୫,୭୦୧ ଟଙ୍କା ଥିଲା, ଯାହା ଏବେ ପ୍ରତି କିଲୋଗ୍ରାମ ୩,୦୧,୩୧୫ ଟଙ୍କାରେ ପହଞ୍ଚିଛି । ଏଭଳି ସୁନା ଏବଂ ରୁପାର ମୂଲ୍ୟ ତ୍ରୀବ ଭାବରେ ବଢିବାର କାରଣ ହେଉଛି ବିଶ୍ବ ଉତ୍ତେଜନା ଟ୍ରମ୍ପଙ୍କ ପୁଣିଥରେ  ଟାରିଫ୍  ବୃଦ୍ଧି  ଏହାକୁ ଆହୁରି ତ୍ରୀବ କରିଛି। ସୁନା ଏବଂ ରୁପା  ମୂଲ୍ୟ ହ୍ରାସ  ପାଇବାର ଏଯାବତ ସମସ୍ତ ପୂର୍ବାନୁମାନ ବିଫଳ ମନେ ହେଉଛି ।  ଏବଂ ଉଭୟ ମୂଲ୍ୟବାନ ଧାତୁ  ପ୍ରତିଦିନ  ରେର୍କଡ ଭାଙ୍ଗିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe