କନକ ବ୍ୟୁରୋ: କଟକ ବିଡାନାସୀରେ ଡ୍ରେନ ମରାମତି କାମ ଚାଲିଥିବା ବେଳେ ଶ୍ରମିକ ମୃତ୍ୟୁ ଘଟଣା । ଆଜି ଶେଷକୃତ୍ୟ ପାଇଁ ତାଙ୍କ ମୃତଦେହ ନିଆଯାଇଛି । ଶ୍ରମିକ ମୃତ୍ୟୁ ନେଇ ନେଇ ଉତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ମୃତଦେହକୁ ସହର ପରିକ୍ରମା କରାଯାଇଛି । ଶବ ଶୋଭାଯାତ୍ରାରେ ଶ୍ରମିକ ମାନେ ସାମିଲ ହୋଇଛନ୍ତି । କ୍ଷତିପୂରଣ ଦାବି କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ କମିସନର ।
କଟକରେ ଉତ୍ତେଜନା ମୂଳକ ପରିସ୍ଥିତି । ଗତକାଲି ଡ୍ରେନ କାମ ଚାଲିଥିବା ବେଳେ ପାଚେରୀ ତଳେ ଚାପି ହୋଇଥିବା ଶ୍ରମିକଙ୍କ ମୃତଦେହ ଧରି ସହର ପରିକ୍ରମା କରିଛନ୍ତି ଶ୍ରମିକମାନେ । ମୃତକଙ୍କ ପରିବାରକୁ କ୍ଷତିପୂରଣ, ମୃତକଙ୍କ ସ୍ତ୍ରୀକୁ ସ୍ଥାୟୀ ନିଯୁକ୍ତି ଏବଂ ଗୋଟିଏ ଘର ପାଇଁ ଦାବି ହୋଇଛି । ବିନା ସୁରକ୍ଷା ବ୍ୟବସ୍ଥା ଓ ସୂଚନା ଫଳକ ନଥାଇ କେମିତି ଚାଲିଥିଲା ଡ୍ରେନ କାମ, ତାର ତଦନ୍ତ କରାଯାଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ସେପଟେ ସିଏମ୍ସି କମିଶନର କହିଛନ୍ତି । ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ ହୋଇଛି । ସେଫଟ୍ ମେଜର ନିଆଯାଇଥଲା ନା ନାହିଁ, କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରମିକଙ୍କ ସ୍ତ୍ରୀ ଙ୍କୁ ଚାକିରି ଅନୁରୋଧକୁ ବିଚାର କରାଯିବ ଓ ପିଲାମାନଙ୍କ ମା ରାଜି ହେଲେ ସେମାନଙ୍କ ଦେଖାଶୁଣା ପାଇଁ ଶିଶୁ ଆଶ୍ରୟସ୍ଥଳ ପଠାଯିବ ବୋଲି କଟକ ମହାନଗର ନିଗମ କମିଶନରଙ୍କ କହିଛନ୍ତି । ଗୋଟିଏ ପଟେ ଦାବି ଅନ୍ୟପଟେ ପ୍ରଶାସନର ଆଶ୍ୱାସନା । ତେବେ ପ୍ରଶ୍ନ ଉଠୁଛି ଶ୍ରମିକ ସୁରକ୍ଷା ବ୍ୟବସ୍ଥା ଆଗକୁ ଯାଇ ଗ୍ରହଣ କରାଯିବ କି ନାହିଁ ।