କନକ ବ୍ୟୁରୋ :କଟକରେ ହଟିଲା କର୍ଫ୍ୟୁ କଟକଣା । ଏହା ପରେ ଧୀରେ ଧୀରେ ସ୍ବାଭାବିକ ହେଉଛି ଜୀବନଯାତ୍ରା । ତେବେ ସ୍ପର୍ଶକାତର ଅଞ୍ଚଳରେ ପୁଲିସ ମୁତୟନ ହୋଇଛନ୍ତି । ଗୁଜବ ଉପରେ ଧ୍ୟାନ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ସମସ୍ତେ ଅପିଲ କରିଛନ୍ତି । କର୍ଫ୍ୟୁ ହଟିବା ପରେ କଟକର ପ୍ରମୁଖ ଅଂଚଳ ମାଲଗୋଦାମ, ଛତ୍ରବଜାର ସମେତ ବିଭିନ୍ନ ଅଂଚଳରେ ସ୍ୱାଭାବିକ ସ୍ଥିତି ରହିଛି । ଧୀରେ ଧୀରେ ଚଳଚଞ୍ଚଳ ହେଉଛି କଟକ , ୩୬ ଘଣ୍ଟା ପରେ ବାହାରକୁ ବାହାରିଛନ୍ତି ଲୋକେ । ଭାଇଚାରାର ସହରରେ ସ୍ଥିତି ସ୍ବାଭାବିକ ହେବା ପରେ ଲୋକଙ୍କ ଖୁସି କାହିଁରେ କଣ । ପୁଣି ବେପାର ଜମିବ ବୋଲି ବ୍ୟବସାୟୀ ଆଶା ବାନ୍ଧିଥିବାବେଳେ ଲୋକେ ପଦାକୁ ବାହାରି ନିତ୍ୟ ବ୍ୟବହାର ସାମଗ୍ରୀ କିଣିଛନ୍ତି ।
କଟକ ସହର ସ୍ୱାଭାବିକ ହେଉଥିଲେ ବି ସ୍ପର୍ଶକାତର ଅଞ୍ଚଳରେ ପୁଲିସ ମୁତୟନ ହୋଇଛନ୍ତି । ହାତୀପୋଖରୀ ଓ ଦରଘାବଜାର ଅଞ୍ଚଳ ଉପରେ ଖାସ୍ ନଜର ରଖାଯାଇଛି । ଅନ୍ୟପଟେ ଶାନ୍ତି ଫେରାଇ ଆଣିବା ପାଇଁ ଅପିଲ କରିଛନ୍ତି ତିନି ପ୍ରମୁଖ ଦଳର ନେତା । କର୍ଫ୍ୟୁ ହଟିବା ପରେ କଟକ ସ୍ବାଭାବିକ ହୋଇଛି । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶ୍ନ ଉଠୁଛି, ପୂର୍ବରୁ କାହିଁକି ସତର୍କ ହୋଇନଥିଲା ପୁଲିସ ? ଲୋକେ ହଇରାଣ ହେବା ପାଇଁ ଦାୟୀ କିଏ ?