କନକ ବ୍ୟୁରୋ: ନକଲି ନୋଟ୍ ମାଫିଆଙ୍କ ଟାର୍ଗେଟରେ କଟକ ସହର । ଦଶହରା ବଜାରରେ କୋଟି କୋଟି ଟଙ୍କା ମାର୍କେଟରେ ଛାଡିବା ଯୋଜନା । ଟାର୍ଗେଟରେ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଜଗତପୁର ଅଞ୍ଚଳ ଏକ ହୋଟେଲ ନିକଟରୁ ନକଲି ନୋଟ ଠାବ ହୋଇଛି  ।

Advertisment

ବିଲ୍ଡର ବେଶରେ ଆସି ଲୋକଙ୍କୁ ନକଲି ନୋଟ କାରବାର ପାଇଁ ପ୍ରୋଲଭନ ଦେଖାଉଥିଲା ନୋଟ ଦଲାଲ  । ଖବର ପାଇ ଘଟଣା ସ୍ଥଳରୁ ଉଠାଇ ନେଲା ପୋଲିସ  । ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ  ।ସୂ ଚନା ଅନୁସାରେ,  ନିଜକୁ ଏକ ବିଲଡର କହି ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଜମି କିଣାଇଦେବା ବାବଦକୁ ୧ଲକ୍ଷ ୬୦ହଜାର ଟଙ୍କା ନେଇଥିଲା ଦଲାଲ  । ଜମି ନକରାଇପାରିବାରୁ ବାରମ୍ବାର ଟଙ୍କା ମାଗିଥିଲେ ଉକ୍ତ ବ୍ୟକ୍ତି । ହେଲେ ଟଙ୍କା ଫେରାଇବା ବଦଳରେ ନକଲି ନୋଟ୍ ବ୍ୟବସାୟ କରିବାକୁ ଲୋକଙ୍କୁ ଉସୁକାଉଥିଲା। ଏହାକୁ ନେଇ ତୁରନ୍ତ ପୋଲିସକୁ ଜଣାଇବାରୁ ଠକ ବିଲଡରକୁ ଅଟକ ରଖି ଜେରା କରୁଛି ପୋଲିସ।