ସାଇନାଙ୍କ ନିରବ ଅବସର, ଏମିତି କହିଲେ...

Advertisment

୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା । ତଥାପି ସେ ନିଜର ସାଧ୍ୟମତେ ଚେଷ୍ଟା କରି ଖେଳିଥିଲେ ।

୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା । ତଥାପି ସେ ନିଜର ସାଧ୍ୟମତେ ଚେଷ୍ଟା କରି ଖେଳିଥିଲେ ।

Saina Nehwal

କନକ ବ୍ୟୁରୋ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ବୟସ, ଶାରୀରିକ ଦକ୍ଷତା ଓ ଆଣ୍ଠୁ ସମସ୍ୟାକୁ ଦୃଷ୍ଟିରେ ରଖି ସାଇନା ନିରବରେ ହିଁ ନିଜ ପ୍ରିୟ ରୢାକେଟ୍‌କୁ କାନ୍ଥରେ ଝୁଲାଇ ଦେଇଛନ୍ତି । ‘ନିଜେ ଅନୁଭବ କଲି ଆଗକୁ ବଢ଼ି ପାରିବି ନାହିଁ, ଶାରୀରିକ ପ୍ରତିବଂଧକ ବାଟ ଓଗାଳିଛି । ଏଲିଟ୍‌ ସ୍ପୋର୍ଟର ପ୍ରତିଦ୍ବନ୍ଦ୍ବିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ । ଏଥି ସହ ଖାପ ଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ’ ଏମିତି କିଛି କହିଛନ୍ତି ୩୫ ବର୍ଷୀୟା ସାଇନା । ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିନଥିବ ସାଇନା ୨ ବର୍ଷ ହେବ କୌଣସି ପ୍ରମୁଖ ପ୍ରତିଯୋଗିତା ଖେଳିନାହାନ୍ତି । ଶେଷ ଥର ପାଇଁ ୨୦୨୩ ସିଙ୍ଗାପୁର ଓପନ୍‌ରେ ଖେଳିଥିଲେ । ସାଇନ ନେହ୍ବାଲଙ୍କୁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପୋଷ୍ଟର୍‌ ଗର୍ଲ କୁହାଯାଇଥାଏ । ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ସେ ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ । ‘ଖେଳିବାକୁ ମୁଁ ଏବେ ସକ୍ଷମ ନୁହେଁ, ତାହା ହିଁ ଯଥେଷ୍ଟ । ଅବସର ଘୋଷଣାର କିଛି ଆବଶ୍ୟକତା ନାହିଁ’ ବୋଲି ସାଇନା ପ୍ରକାଶ କରିଛନ୍ତି । ଆସ୍ତେ ଆସ୍ତେ ଲୋକ ଜାଣିଯିବେ ସାଇନା ଖେଳୁନାହାନ୍ତି । ପ୍ରଶିକ୍ଷକ, ପରିବାର ବି ବୁଝିଯିବା ଉଚିତ୍ । ମୋ ଆର୍ଥାଇଟିସ୍‌ ସମସ୍ୟା କାରଣରୁ କାର୍ଟିଲେଜ୍‌ ବି ପ୍ରଭାବିତ ହେଲାଣି । ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବ୍ୟାଡ୍‌ମିଣ୍ଟନ୍‌ ଖେଳିବାକୁ, ବିଶେଷ କରି ବିଶ୍ବର ଶ୍ରେଷ୍ଠ ହେବାକୁ ଦୈନିକ ୮/୯ ଘଣ୍ଟାର ଅଭ୍ୟାସ ଜରୁରୀ । ମୁଁ ଆଉ ଶରୀରକୁ ଭିଡ଼ି ପାରିବି’ ନାହିଁ ବୋଲି ସାଇନା ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ: ଲିନ୍‌, ଆନ୍‌ ସେ’ ଜିତିଲେ ଇଣ୍ଡିଆନ୍ ଓପନ୍

୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା । ତଥାପି ସେ ନିଜର ସାଧ୍ୟମତେ ଚେଷ୍ଟା କରି ଖେଳିଥିଲେ । ୨୦୧୭ରେ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଏବଂ ୨୦୧୮ରେ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଆଣ୍ଠୁ ସମସ୍ୟା ତାଙ୍କୁ ନିରନ୍ତର ଭାବେ ଅଡୁଆରେ ପକାଉଥିଲା । ୨୦୨୪ରେ ସେ ଘୋଷଣା କରିଥିଲେ ଆର୍ଥାଇଟିସ୍‌ ଅଛି ଏବଂ କାର୍ଟିଲେଜ୍‌ ଛିଡ଼ିବା ଆରମ୍ଭ କରିଛି ।

ବ୍ୟକ୍ତିଗତ ଜୀବନରେ ବି ସାଇନାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି । ଅନ୍ୟତମ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପୁରୁପଲୀ କାଶ୍ୟପଙ୍କୁ ବିବାହ କରିଥିଲେ ମଧ୍ୟ ୨୦୨୫ ଅଗଷ୍ଟରେ ଉଭୟ ଅଲଗା ହୋଇଯାଇଥିଲେ । ଏହି ସେଲିବ୍ରିଟି ସଟଲ୍‌ କପଲ୍‌ କିନ୍ତୁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ଚେହେରାକୁ ବଦଳାଇ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe