ପାକିସ୍ତାନରେ ବିବାହ କରିଥିବା ଶିଖ୍‌ ମହିଳା ଗିରଫ

Advertisment

ନଭେମ୍ବର ମାସରେ ପାକିସ୍ତାନ ଗସ୍ତ ସମୟରେ ଜଣେ ସ୍ଥାନୀୟ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବା ଶିଖ୍‌ ମହିଳାଙ୍କୁ ଗିରଫ କରାଯାଇଛି ।

ନଭେମ୍ବର ମାସରେ ପାକିସ୍ତାନ ଗସ୍ତ ସମୟରେ ଜଣେ ସ୍ଥାନୀୟ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବା ଶିଖ୍‌ ମହିଳାଙ୍କୁ ଗିରଫ କରାଯାଇଛି ।

PAKISTAN

Photograph: (KANAKNEWS)

କନକବ୍ୟୁରୋ : ନଭେମ୍ବର ମାସରେ ପାକିସ୍ତାନ ଗସ୍ତ ସମୟରେ ଜଣେ ସ୍ଥାନୀୟ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବା ଶିଖ୍‌ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ ପରେ ଲାହୋରରେ ଥିବା ସରକାରୀ ପରିଚାଳିତ ଏକ ଆଶ୍ରୟସ୍ଥଳକୁ ପଠାଯାଇଥିବା ପଞ୍ଜାବ ସରକାରଙ୍କ ସୂତ୍ରରୁ ବୁଧବାର ଏହି ସୂଚନା ଦିଆଯାଇଛି । ଗତବର୍ଷ ନଭେମ୍ବରରେ ଗୁରୁ ନାନକଙ୍କ ଜନ୍ମବାର୍ଷିକୀ ଅବସରରେ ୱାଘା ସୀମା ଦେଇ ପାକିସ୍ତାନ ଯାଇଥିବା ୨୦୦୦ ଭାରତୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ୪୮ ବର୍ଷୀୟ ସରବଜିତ କୌର ଥିଲେ । 

ଯୁଦ୍ଧ ଦ୍ୱାରଦେଶରେ ଇରାନ: ଫସି ରହିଛନ୍ତି ୧୦ ହଜାର ଭାରତୀୟ

କିଛି ଦିନ ପରେ ଶ୍ରଦ୍ଧାଳୁମାନେ ଭାରତ ଫେରିଆସିଥିଲେ। କିନ୍ତୁ ସରବଜିତ କୌର ନିଖୋଜ ଥିଲେ। କୌର ନଭେମ୍ବର ୪ରେ ପାକିସ୍ତାନ ଯିବାର ଦିନକ ପରେ ଲାହୋରଠାରୁ ୫୦ କିମି ଦୂର ଶେଖପୁର ଜିଲ୍ଲାର ନାସିର୍‌ ହୁସେନ ନାମକ ଜଣେ ବ୍ୟକ୍ତିକୁ ବିବାହ କରିଥିଲେ । ପରେ କୌର ଓ ହୁସେନ ଲାହୋର ହାଇକୋର୍ଟରେ ପୁଲିସ ବିରୋଧରେ ଆବେଦନ କରିଥିଲେ । 

ପୁଲିସ ଫାରୁକାବାଦରେ ଥିବା ସେମାନଙ୍କ ଘରେ ବେଆଇନ ଭାବେ ଚଢ଼ଉ କରି ସେମାନଙ୍କୁ ବିବାହ ଭାଙ୍ଗି ଦେବାକୁ ଚାପ ପକାଉଛି ବୋଲି ଅଭିଯୋଗ କରିଥିଲେ । ଲାହୋର ହାଇକୋର୍ଟ ପୁଲିସକୁ ଦମ୍ପତିଙ୍କୁ ନିର୍ଯାତନା ଦେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୁଲିସ କୋର୍ଟ ନିର୍ଦ୍ଦେଶ ମାନିବା ପରିବର୍ତ୍ତେ ହୁସେନଙ୍କ ନାଁ ମାମଲା ରୁଜୁ କରି ଅଟକ ରଖିଥିବାବେଳେ କୌରଙ୍କୁ ଲାହୋରସ୍ଥିତ ଆଶ୍ରୟସ୍ଥଳକୁ ପଠାଇ ଦେଇଛି ।

କୌରଙ୍କୁ ନିର୍ବାସିତ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ୱାଘା-ଅଟାରୀ ସୀମା ବନ୍ଦ ଥିବାରୁ ପାକିସ୍ତାନୀ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ଏକ ଭିଡିଓ କ୍ଲିପରେ କୌର କହିଛନ୍ତି, ସେ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ତାଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଆବେଦନ କରିଛନ୍ତି । ଏହାସହିତ ସେ ପାକିସ୍ତାନୀ ନାଗରିକତା ପାଇଁ ଆବେଦନ କରିଥିବା କହିଛନ୍ତି । ପଞ୍ଜାବ ଆସେମ୍ବ୍ଲିର ପୂର୍ବତନ ସଦସ୍ୟ ମହିନ୍ଦର ପାଲ ସିଂହ କୌରଙ୍କୁ ଜଣେ ଭାରତୀୟ ଗୁପ୍ତଚର ଦର୍ଶାଇ ଲାହୋର ହାଇକୋର୍ଟରେ ତାଙ୍କ ବିରୋଧରେ ଏକ ଆବଦେନ ରୁଜୁ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe