କନକ ବ୍ୟୁରୋ: ଜିମ୍ବାୱେର ଅଭିଜ୍ଞ କ୍ରିକେଟର ସିକନ୍ଦର ରାଜା ଆଇସିସିର ଏକଦିବସୀୟ ଅଲରାଉଣ୍ଡର ରାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଆସିଛନ୍ତି । ସିକନ୍ଦର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଯୋଗୁଁ ସେ ଏହି ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ସେହି ସମୟରେ, ଆଇସିସିର ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗ ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନମ୍ବର-୧ ସ୍ଥାନ ବର୍ତ୍ତମାନ ବିପଦରେ ପଡ଼ିଛି । କାରଣ ଆଫଗାନିସ୍ତାନର ମହମ୍ମଦ ନବି ଏବେ ତାଲିକାରେ ନମ୍ବର-୨କୁ ଆସିଯାଇଛନ୍ତି । 

Advertisment

ଏବେ 302 ପଏଣ୍ଟ ସହିତ ICC ODI ଅଲରାଉଣ୍ଡର ତାଲିକାର ଶୀର୍ଷରେ ଅଛନ୍ତି ସିକନ୍ଦର ରଜା । ସେ ଦୁଇଟି ସ୍ଥାନ ଉପରକୁ ଉଠି ଏହି ରାଙ୍କିଙ୍ଗ ହାସଲ କରିଛନ୍ତି । ପୂର୍ବରୁ ସେ ଏହି ତାଲିକାରେ ତୃତୀୟ ସ୍ଥାନରେ ଥିଲେ । ସିକନ୍ଦର ଆଫଗାନିସ୍ତାନର କିମ୍ବଦନ୍ତୀ ଅଲରାଉଣ୍ଡର ମହମ୍ମଦ ନବି ଏବଂ ତାଙ୍କ ସାଥୀ ଆଜମତୁଲ୍ଲା ଓମାରଜାଇଙ୍କୁ ପଛରେ ପକାଇ ଦେଇଛନ୍ତି । ଏବେ ଆଜମତୁଲ୍ଲା 396 ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଏବଂ ନବି 392 ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ଆଫଗାନିସ୍ତାନର ମହମ୍ମଦ ନବି ହୁଏତ ଏକଦିବସୀୟ ଅଲରାଉଣ୍ଡର ରାଙ୍କିଙ୍ଗରେ ତଳକୁ ଖସିଯାଇଛନ୍ତି, କିନ୍ତୁ ସେ ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ପାଇଁ ଦୌଡ଼ରେ ରହିଛନ୍ତି । ନବି ଏବେ ୨୩୧ ପଏଣ୍ଟ ସହିତ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ହାର୍ଦ୍ଦିକ ବର୍ତ୍ତମାନ ୨୫୨ ପଏଣ୍ଟ ସହିତ ନମ୍ବର-୧ ଅଲରାଉଣ୍ଡର ।

ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ କରି ନବି ହାର୍ଦ୍ଦିକଙ୍କୁ ପଛରେ ପକାଇପାରନ୍ତି । କାରଣ ତାଙ୍କର ଏବେ ବି ଅନେକ ଟି-୨୦ ମ୍ୟାଚ୍ ବାକି ଅଛି । ନବିଙ୍କୁ ୟୁଏଇରେ ଚାଲିଥିବା ତ୍ରି-ସିରିଜର ୨ଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡ଼ିବ । ଏହା ବ୍ୟତୀତ ତାଙ୍କର ଏସିଆ କପ୍ ୨୦୨୫ ମଧ୍ୟ ଅଛି । ଯଦି ସେ ଏଥିରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ହାର୍ଦ୍ଦିକଙ୍କୁ ପଛରେ ପକାଇପାରିବେ । ନବି ସଂପ୍ରତି ୟୁଏଇ ଏବଂ ପାକିସ୍ତାନ ସହିତ ଖେଳାଯାଇଥିବା ଟି-୨୦ ତ୍ରି-ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହି ସିରିଜରେ ନବି ଚାରୋଟି ୱିକେଟ ନେଇଥିଲେ ।