କନକ ବ୍ୟୁରୋ: ସଲମାନ ଖାନଙ୍କ ଫିଲ୍ମ ଟାଇଗର୍-୩ ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ଓପେନିଂ ଫିଲ୍ମ ସାବ୍ୟସ୍ତ ହୋଇଥିଲା । ଏହି ଆକ୍ସନ୍ ସ୍ପାଏ ଥ୍ରୀଲର୍ ଫିଲ୍ମଟି ୨୦୨୩ରେ ପ୍ରଥମ ଦିନରେ ହିଁ ୪୩ କୋଟିର ବ୍ୟବସାୟ କରିଥିଲା । ଏବେ ଇଦ୍ ଉପଲକ୍ଷେ ରିଲିଜ୍ ହେବାକୁ ଥିବା ସିକନ୍ଦର ମଧ୍ୟ ସେହିଭଳି ବ୍ୟବସାୟ କରିପାରେ ବୋଲି ଫିଲ୍ମ ସମୀକ୍ଷକମାନେ ଆକଳନ କରୁଛନ୍ତି ।
ଏବେ ସିକନ୍ଦର କେବେ ମୁକ୍ତିଲାଭ କରିବ ସେନେଇ ନିର୍ମାତାମାନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ଏହି ଦିନ ଏହି ଚଳଚ୍ଚିତ୍ରଟି ଇଦ୍, ଗୁଡ଼ି ପାଡ଼ୱା ଏବଂ ଉଗାଦି ଭଳି ପର୍ବପର୍ବାଣୀ ପଡ଼ୁଛି । ଏଭଳି ପରିସ୍ଥିତିରେ, ଅଧିକାଂଶ ବିଶ୍ଳେଷକ ଏବଂ ପ୍ରଶଂସକ ଆଶା କରୁଛନ୍ତି ଯେ ‘ସିକନ୍ଦର‘ ପ୍ରଥମ ଦିନରେ ସହଜରେ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରିବ ।
ଏହାଦ୍ଵାରା, ଏହି ଫିଲ୍ମଟି ସଲମାନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଫିଲ୍ମ ଭାବରେ ରେକର୍ଡ କରିବ । ଖାଲି ସେତିକି ନୁହେଁ ଆହୁରି ଅନ୍ୟାନ୍ୟ ରେକର୍ଡ ବି କରିପାରେ ସିକନ୍ଦର । ଯାହା ବଲିଉଡ୍ରେ ଅନ୍ୟ ସୁପରଷ୍ଟାରଙ୍କ ଫିଲ୍ମ ଏଭଳି କାର୍ନାମା କରିବାରେ ପଛରେ ପଡ଼ି ଯାଇପାରନ୍ତି । ତେବେ ଆସନ୍ତୁ ଜାଣିବା ସିକନ୍ଦର କେଉଁ ରେକର୍ଡ ସୃଷ୍ଟି କରିବ ଏବଂ ଏହି ଫିଲ୍ମ ରିଲିଜ୍ ହେବାପରେ କେଉଁ ଫିଲ୍ମଗୁଡ଼ିକ ପଛରେ ପଡ଼ିଯିବ ।
ପ୍ରଥମ ଦିନରେ ହିଁ ସିକନ୍ଦର ଚଳିତ ବର୍ଷର ଶ୍ରେଷ୍ଠ ୩ଟି ବଲିଉଡ୍ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଯାଇପାରେ । ସଲମାନ ଖାନଙ୍କ ଫିଲ୍ମକୁ ନେଇ ସବୁବେଳେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ କ୍ରେଜ୍ ରହିଥାଏ । ଫିଲ୍ମର ଟ୍ରେଲରଠାରୁ ଆରମ୍ଭ ଏହାର ଷ୍ଟୋରୀଲାଇନ ଜାଣିବାକୁ ଚାହିଁଥାଆନ୍ତି ପ୍ରଶଂସକ । ସିକନ୍ଦର କେତେ ସଫଳ ହେବ, ଏହା ହିଟ୍ କି ବ୍ଲକବଷ୍ଟର ନା ଫ୍ଲପ୍, ଏସବୁ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ । କିନ୍ତୁ ଏହା ନିଶ୍ଚିତ ଯେ ଫିଲ୍ମଟି ନିଶ୍ଚିତ ଭାବରେ ୪୦ କୋଟିରୁ ଅଧିକ ଆୟରେ ଓପେନିଂ କରିବ ଏବଂ ପ୍ରଥମ ଦିନରେ ଅଧିକରୁ ଅଧିକ ୫୦ କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରଯାଉଛି । ଏହା ଦ୍ଵାରା, ସିକନ୍ଦର ୨୦୨୫ର ଶ୍ରେଷ୍ଠ ୩ଟି ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମରେ ସାମିଲ ହୋଇପାରେ ।
ଏବେ ସୁଦ୍ଧା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ "ଛାଭା" ପ୍ରାୟ ୫୯୨ କୋଟି ଟଙ୍କା ରୋଜଗାର କରିସାରିଛି । ଭିକି କୌଶଳଙ୍କ ଏହି ଫିଲ୍ମ 2025 ବର୍ଷର ପ୍ରଥମ ବ୍ଲକବଷ୍ଟର ଏବଂ ସର୍ବାଧିକ ଆୟକାରୀ ଫିଲ୍ମ ପାଲଟିଛି ।
• ଏହା ପରେ ସ୍କାଏ ଫୋର୍ସ ଆସିଛି, ଯାହା ଆୟ ଦୃଷ୍ଟିରୁ ଆଭେରେଜ୍ ରହିଥିଲା, କିନ୍ତୁ ଫିଲ୍ମ ବିଶ୍ଲେଷକ ସାକନିକ୍ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାରଙ୍କ ଏହି ଫିଲ୍ମ କେବଳ ଭାରତରେ ୧୧୨.୭୫ କୋଟି ଟଙ୍କା ରୋଜଗାର କରିଥିଲା ।
• ଏହା ପରେ, ଶାହିଦ କପୁରଙ୍କ "ଦେବ" ତୃତୀୟ ସ୍ଥାନରେ ଅଛି, ଯାହା ୩୩.୯ କୋଟି ଟଙ୍କା ରୋଜଗାର କରି ୨୦୨୫ ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ପାଲଟିଛି ।
ଏହି ଫିଲ୍ମଗୁଡ଼ିକ ବ୍ୟତୀତ, କେବଳ ଜନ୍ ଆବ୍ରାହମଙ୍କ ’ଦି ଡିପ୍ଲୋମାଟ୍’ ପ୍ରାୟ ୨୩ କୋଟି ଟଙ୍କା ଆୟ କରିପାରିଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ, କଙ୍ଗନା ରାଣାୱତଙ୍କ ’ଏମରଜେନ୍ସି’, ଅଜୟ ଦେବଗନଙ୍କ ’ଆଜାଦ’, ହିମେଶ ରେଶମିୟଙ୍କ ‘ବଡାସ୍ ରବିକୁମାର‘ ଏବଂ ଆମିର ଖାନଙ୍କ ପୁଅ ଜୁନୈଦ ଖାନ୍ଙ୍କ ଲଭ୍ୟାପା ଠାରୁ ଆରମ୍ଭ କରି ଅର୍ଜୁନ କପୁରଙ୍କ ’ମେରେ ହସବ୍ୟାଣ୍ଡ କି ବିବି’ ପର୍ଯ୍ୟନ୍ତ, ସମସ୍ତ ଫିଲ୍ମ ଫ୍ଲପ୍ ହୋଇଛି ଏବଂ ୨୦ କୋଟି ଟଙ୍କା ମଧ୍ୟ କଲେକ୍ସନ୍ କରିପାରି ନାହିଁ । ଏପରି ପରିସ୍ଥିତିରେ, ‘ସିକନ୍ଦର’ର ୫୦ କୋଟି ଓପନିଂକୁ ନେଇ ଚର୍ଚ୍ଚା ଚାଲିଛି, ଏହି ଆକଳନ କେତେ ସତ ସାବ୍ୟସ୍ତ ହେବ ତାହା ଫିଲ୍ମ ରିଲିଜ୍ ପରେ ହିଁ ଜଣା ପଡ଼ିବ । ମାର୍ଚ୍ଚ ୩୦ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/23/2ZZjlIw8bJbAVlQP9P0k.jpg)