କନକ ବ୍ୟୁରୋ: ବର୍ଷର ଶେଷ ଦ୍ବାରରେ ଆସି ଠିଆ ହୋଇଛି ୨୦୨୪ । ଅନେକ ମଧୁର ଓ ତିକ୍ତ ସମ୍ପର୍କର ମୁକ ସାଖି ପାଲଟିଛି ଏହି ବର୍ଷ । ଗୋଟେ ପଟେ ଅନେକ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଅନ୍ୟ ପଟେ ଆଉ କିଛି ସେଲିବ୍ରେଟିମାନଙ୍କର ସମ୍ପର୍କରେ ସବୁଦିନ ପାଇଁ ବାନ୍ଧି ହୋଇଥିଲା ଛାଡପତ୍ରର ଶିକୁଳି । ଏହି ତାଲିକାରେ ଏପରି କିଛି ନାଁ ଅଛି ଯାହାକି ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେବ । ଚଳିତ ବର୍ଷ ଅନେକ ସେଲିବ୍ରେଟି ନିଜର ପ୍ରେମ ସମ୍ପର୍କକୁ ସାମାଜିକ ଭାବରେ ବିବାହର ରୂପ ଦେଇଛନ୍ତି ।
/kanak/media/media_files/2024/12/24/vQoBeFn7BV52oMkyyCos.jpg)
ବଡ ପରଦାରେ ନିଜର ଅଭିନୟର ଜାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିବା ସେଲିବ୍ରେଟିମାନଙ୍କ ପାଇଁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଏକ୍ସାଇଟେଡଥାନ୍ତି । ବିଶେଷକରି ତାଙ୍କ ଲଭ୍ ଲାଇଫ୍ ଓ ବାହାଘରକୁ ନେଇ । ଏବର୍ଷ ମଧ୍ୟ ଅନେକ ତାରକା ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଯାହାର ଫଟୋ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି, ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଶୁଭକାମନା ଜଣାଉଛନ୍ତି ।
/kanak/media/media_files/2024/12/24/qcrnrkLdWroCatRfaShG.png)
ଏହି ଲିଷ୍ଟର ପ୍ରଥମେ ନାଁ ଆସେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର । ଯାହାଙ୍କ ବିବାହ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୋନାକ୍ଷୀ ଓ ଜହିର ୨୩ ଜୁନ୍ ୨୦୨୪ ରେ ଦୁହେଁ ଦୁହିଁଙ୍କୁ ଜୀବନ ସାଥି ଭାବରେ ହାତ ଧରିଥିଲେ ।
/kanak/media/media_files/2024/12/24/jQBplrpVopnwF8cHpijF.png)
ଅଦୀତି ରାଓ ହେଦରୀ ଓ ସିଦ୍ଧାର୍ଥ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ଶେଷରେ ୨୦୨୪ରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସବୁଠୁ ଖାସ୍ କଥା ହେଉଛି ଏହି ଦୁଇ ଜଣଙ୍କ ବିବାହ ଏତେ ସିମ୍ପୁଲ ଥିଲା ଯେ ତାଙ୍କ ବିବାହ ଫଟୋ ଦର୍ଶକ ମାନଙ୍କର ହୃଦୟକୁ ଜିତିପାରିଥିଲା ।
/kanak/media/media_files/2024/12/24/RX2DKe1VUiLc6Qbs6Nfw.png)
ରକୁଲ ପ୍ରିତ ସିଂ ଓ ଜ୍ୟାକି ଭଗନାନି ମଧ୍ୟ ବିବାହ କରିଥିବା ସେଲିବ୍ରେଟି ଯୋଡି ମାନଙ୍କ ମଧ୍ୟରେ ଅଛନ୍ତି । ଦୁଇଜଣଙ୍କ ଲଭ୍ ଷ୍ଟୋରି ପାଗଲପନ୍ତିର ସେଟରୁ ଆରମ୍ଭହୋଇ ୫ ବର୍ଷ ପରେ ୨୦୨୪ ରେ ବିବାହର ରୂପ ନେଇଛି ।
/kanak/media/media_files/2024/12/24/ieWGmpg4WIiIWIyy2n7P.png)
ଚଳିତ ବର୍ଷର ସବୁଠୁ ସରପ୍ରାଇଜିଙ୍ଗ ବିବାହ ଥିଲା କୀର୍ତ୍ତି ସୁରେଶ ଓ ଏଣ୍ଟୋନି ଥାଟିଲଙ୍କର । କୀର୍ତ୍ତି ନିଜର ୧୫ ବର୍ଷର ପ୍ରେମ ସହିତ ୧୨ ଡିସେମ୍ବର ୨୦୨୪ ରେ ବିବାହ କରିଛନ୍ତି । ସେ ଗୋଆରେ ତାମିଲ ରିତି ନୀତି ଅନୁଯାୟୀ ଡେସ୍ଟିନେଶନ ୱେଡିଂ କରିଛନ୍ତି । ଯାହାଙ୍କ ଫଟୋ ଏବେ ସାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।
/kanak/media/media_files/2024/12/24/aSP4tbbs5Ai99UJN6Xr8.png)
ସେହିଭଳି ଫ୍ୟାନ୍ସ ମାନଙ୍କପାଇଁ ମଧ୍ୟ ଆଉ ଗୋଟିଏ ଯୋଡିଙ୍କ ବିବାହ ସରପ୍ରାଇଜିଂ ଥିଲା । ସେ ହେଉଛନ୍ତି ନାଗା ଚୈତନ୍ୟ ଏବଂ ଶୋଭିତା । ତାଙ୍କର ପ୍ରଥମ ପତ୍ନି ସମନ୍ଥାଙ୍କଠୁ ଡିଭୋର୍ସ ନେବା ପରେ ଗୋଟେ ପଟେ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଦୁଃଖ ଅନୁଭବ କରୁଥିବାବେଳେ ବର୍ଷର ଶେଷରେ ସେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
/kanak/media/media_files/2024/12/24/l755a3DLfuZy0dXhSCXA.jpg)
ଏତ ଥିଲା ସେଲିବ୍ରେଟିମାନଙ୍କ ବିବାହର କଥା । ଅନ୍ୟପଟେ ଏପରି କିଛି ସେଲିବ୍ରେଟି ଅଛନ୍ତି ଯାହାଙ୍କ ବିବାହ ବନ୍ଧନରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପଡିଛି ।
ଏହି ବର୍ଷ ସବୁଠୁ ଅଧିକ ଝଟକା ଦେଲାଭଳି ଖବର ଥିଲା ଏ ଆର ରେହେମାନ ଓ ସାୟରା ବାନୋଙ୍କ ବିଛେଦ । ମ୍ୟୁଜିକ କମ୍ପୋଜର ଏ ଆର ରେହେମାନ ବିବାହର ୨୯ ବର୍ଷ ପରେ ପତ୍ନି ସାୟରାଙ୍କଠୁ ଅଲଗା ହେବାର ନିଷ୍ପତି ନେଇଛନ୍ତି ।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରବି ଓ ଆରତୀ ମଧ୍ୟ ଏବର୍ଷ ଛାଡପତ୍ର ନେଉଥିବା ତାରକାଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି । ୨୦୦୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତି ଦୀର୍ଘ ୨୫ ବର୍ଷ ପରେ ଦୁଇ ଜଣ ଅଲଗା ହେବାର ନିଷ୍ପତି ନେବା ସହ ସେପ୍ଟେମ୍ବର ୨୦୨୪ରେ ଛାଡପତ୍ରର ଘୋଷଣା କଲେ ।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଥଲାଇବା ରଜନୀକାନ୍ତଙ୍କ ଝିଅ,ଅଭିନେତ୍ରୀ ଏୈଶ୍ବର୍ଯ୍ୟା ଏବଂ ଅଭିନେତା ଧନୁଷ ମଧ୍ୟ ପରସ୍ପରଠାରୁ ୨୦୨୪ରେ ଛାଡପତ୍ର ନେଇଛନ୍ତି ।
ବିବାହ ବିଛେଦ ମଧ୍ୟରେ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ଚେହେରା ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା । ୪ ବର୍ଷ ସୁଖର ସଂସାର କରିବା ପରେ ମଧ୍ୟ ନତାଶା ତାଙ୍କ ଇଷ୍ଟାଗ୍ରାମ ଆଇଡିରେ ଏକ ବୟାନ ଜାରି କରିଥିଲେ କି ଆମେ ଆପସ ବୁଝାବଣାରେ ଦୁହେଁ ଦୁହିଁଙ୍କଠୁ ଅଲଗା ହେଉଛୁ ।
ଇଶା ଦେୱାଲ ଓ ଭରତ ତଖତାନି ଗୋଟିଏ କମନ ଷ୍ଟେଟମେଣ୍ଟ ଦ୍ବାରା ଅଲଗା ହେବାର ଘୋଷଣା କରିଥିଲେ । ସେହି ପୋଷ୍ଟରେ ସେ କହିଥିଲେ ଯେ ଆମେ ଦୁହେଁ ବୁଝାବଣାର ସହିତ ଅଲଗା ହେଉଛୁ, ଏହାର ପ୍ରଭାବ ଆମେ ଆମ ଝିଅ ଉପରେ ପଡିବାକୁ ଦେବୁନାହିଁ ।
ଆଉ ଦିନ କେଇଟାରେ ଶେଷ ହେବ ୨୦୨୪ । ନୂଆ ବର୍ଷରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଯୋଡି ହେବ ବା କିଛି ନୂଆ ସମ୍ପର୍କ ଆରମ୍ଭ ହେବ ତାହା ହିଁ ଆଶା ଓ ବିଶ୍ବାସ ।