କନକ ବ୍ୟୁରୋ: ଭୟଙ୍କର କର୍କଟ ରୋଗକୁ ହରାଇଲେ ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ । ସ୍ତ୍ରୀଙ୍କ ଆରୋଗ୍ୟ ନେଇ ଖୁସି ବ୍ୟକ୍ତ କଲେ ସିଦ୍ଧୁ । ତେବେ ସ୍ତ୍ରୀଙ୍କ ଆରୋଗ୍ୟ ନେଇ ନିଜେ ସିଦ୍ଧୁ ସୂଚନା ଦେଇଛନ୍ତି । ସିଦ୍ଧୁ କହିଛନ୍ତି ଯେ, ମୋତେ ଏହା କହିବାକୁ ଗର୍ବ ଅନୁଭବ ହେଉଛି ଯେ, ଏବେ ମୋ ସ୍ତ୍ରୀ ପୁରା କର୍କଟ ରୋଗରୁ ମୁକ୍ତି ପାଇଛନ୍ତି । ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ପାଖାପାଖି ଦେଢ ବଷ ର୍ହେବ ସ୍ତନ କର୍କଟରେ ପୀଡିତ ଥିଲେ । ତାଙ୍କୁ ଗ୍ରେଡ ୪ କ୍ୟାନ୍ସର ହୋଇଥିଲା । ଆଉ ଡାକ୍ତର ଘୋଷଣା କରି ଦେଇଥିଲେ ଯେ, ସେ ବଂଚିବାର ମାତ୍ର୫ ପ୍ରତିଶତି ବି ଆଶା ନାହିଁ ।
ଡାକ୍ତରଙ୍କଠାରୁ ଏ କଥା ଶୁଣିଲାପରେ ଭାଙ୍ଗି ପଡିଥିଲେ ସିଦ୍ଧୁ । ପରବର୍ତୀମୁହୂର୍ତରେ ନିଜମନକୁ ଦୃଢ କରି କିପରି ସ୍ତ୍ରୀଙ୍କୁ ଏ ଭୟଙ୍କର ରୋଗରୁ ରକ୍ଷା କରି ତାଙ୍କ ଜୀବନ ବଂଚାଇବେ ସେନେଇ ଭିଡିଥିଲେ ଅଂଟା । ସ୍ତ୍ରୀଙ୍କ ରୋଗ ବିଷୟରେ ପୋଥିଗତ ବିଦ୍ୟା ଗ୍ରହଣ କଲେ । ଅର୍ଥାତ ବିଭିନ୍ନ ବହି ପଢି ଏହି ରୋଗର ଘରୋଇ ଚିକିତ୍ସା ବିଷୟରେ ଜାଣିଲେ । ଆଉ ଏପରି ଏକ ଡାଏଟ୍ ପ୍ଲାନକୁ ଅନୁକରଣ କଲେ ଯାହା ଆଜି ତାଙ୍କ ସ୍ତ୍ରୀଙ୍କୁ କର୍କଟ ପରି ଏକ ଦୁରାରୋଗ୍ୟକୁ ହରାଇବାରେ ସଫଳ ହେଲା । ସିଦ୍ଧୁ କହିଛନ୍ତି ଏହି ଡାଏଟ୍ ପ୍ଲାନ ଖାଲି ମୋ ସ୍ତ୍ରୀ ଫଲୋ କରୁନଥିଲେ ମୁୁଁ ମଧ୍ୟ କରୁଥିଲି ଯାହାର ଫଳାଫଳସୂରୁ ମୁଁ ଫ୍ୟାଟି ଲିଭରରୁ ଆରୋଗ୍ୟ ହେଲି । ଆଉମୋ ସ୍ତ୍ରୀ କ୍ୟାନ୍ସର ପରିମହାବ୍ୟାଧିରୁ ମୁକ୍ତି ପାଇଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ ପୂରା ସଙ୍ଘର୍ଷ କାହାଣୀ ବଖାଣିଥିଲେ । ଦେଢ ବର୍ଷ ପୂର୍ବରୁ ନୋନିଙ୍କୁ କାନ୍ସର ହେବାର ଜାଣିବାକୁ ପାଇଲୁ ।ଏହାପରେ ଆରମ୍ଭ ହୋଇଥିଲା ସଙ୍ଘର୍ଷ । ନୋନିଙ୍କୁ ଅସହ୍ୟ ନ୍ତ୍ରଣା ହେଉଥାଏ । ତାଙ୍କୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଘୁରି ବୁଲିଲି । ଆମେ ସମସ୍ତେ ମାନି ନେଇଥିଲୁ ସେ ଆଉ ଭଲ ହେବେନି । କିନ୍ତୁ ଆଜି ଖୁସି ଏବଂ ଗର୍ବର ସହ କହୁଛି ଆମେ ଭୁଲ ଥିଲୁ । ଏହା ଭାବିକି ଯେ ମୋ ସ୍ତ୍ରୀ ଆଉ ଭଲ ହେବନି ବୋଲି... ମୋତେ ଆଜି ଖୁସି ଲାଗୁଛି୪୦ ଦିନରେ କ୍ୟାନସର କୁହରାଇ ନୂଆ ଜୀବନ ପାଇଛନ୍ତି ନୋନି । ଡାକ୍ତର ତାଙ୍କୁ କ୍ୟାନ୍ସରରୁ ମୁକ୍ତ ଘୋଷଣା ବି କରିସାରିଛନ୍ତି । ସିିଦ୍ଧୁ ମିଡିଆକୁ କହିଛନ୍ତି ଆମ ପାଖରେ ଅର୍ଥ ଥିଲା ବୋଲି କ୍ୟାନ୍ସରକୁ ହରାଇଲୁ ତାହା ନୁହେଁ ବରଂ ଶୃଙ୍ଖଳିତ ଏବଂ କଠିନ ଡାଏଟ୍ ରୁଟିନର ପାଳନ କଲୁ । ଯାହା ମୋସ୍ତ୍ରୀଙ୍କୁ କର୍କଟ ପରି ରୋଗରୁ ମୁକ୍ତି ଦେଲା ।
ସିିଦ୍ଧୁ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି, ଲେମ୍ବୁ ପାଣି, ନିମ୍ବ ପତ୍ର, ନଡିଆ ପାଣି, କଂଚାହଳଦୀ ପରି ସାମଗ୍ରୀ ସାଜିଲା ମାରାତ୍ମକ କ୍ୟାନ୍ସର ପାଇଁ ମହୌଷଧି । ଏ ସବୁକୁୁ ଡାଏଟରେ ସାମିଲକରିବା ଦ୍ୱାରା କର୍କଟ ପରି ଜୀବାଣୁ ଧ୍ୱଂସ ପାଇଗଲା । ପତ୍ନୀଙ୍କ ସହ ନିଜେ ସିଦ୍ଧୁ ମଧ୍ୟ ଏହି ଡାଏଟ୍ ପ୍ଲାନ ନେଉଥିଲେ । ଆଜି ପୂରା ସୁସ୍ଥ ନବଜୋତ କୌର.. କ୍ୟାନ୍ସର ପରି ମହାବ୍ୟାଧିକୁ ହରାଇଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ ।